ଗ୍ରିଡକୋ ପକ୍ଷରୁ ଅକ୍ଷୟ ଶକ୍ତି ହବ୍ ପ୍ରତିଷ୍ଠା ପାଇଁ ମାଷ୍ଟରପ୍ଲାନ୍

ଗ୍ରିଡକୋ ପକ୍ଷରୁ ଅକ୍ଷୟ ଶକ୍ତି ହବ୍ ପ୍ରତିଷ୍ଠା ପାଇଁ ମାଷ୍ଟରପ୍ଲାନ୍
ଗ୍ରିଡକୋ ପକ୍ଷରୁ ପାରାଦୀପ ଓ ଗୋପାଳପୁର ଠାରେ ଅକ୍ଷୟ ଶକ୍ତି ହବ୍ ପ୍ରତିଷ୍ଠା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟରପ୍ଲାନ୍।

ଏହି କ୍ରମରେ ଆସନ୍ତା ୭ ବର୍ଷ ମଧ୍ୟରେ ପବନ, ସୌର ଶକ୍ତି ଏବଂ ଜଳ ବିଦ୍ୟୁତ ତଥା ବାୟୋମାସ ଉତ୍ସରୁ ଅତିରିକ୍ତ ଭାବେ ୧୦୦୦୦ ମେଗାୱାଟ୍ ଶକ୍ତି ସଂଗ୍ରହ କରିବା ପାଇଁ ଯୋଜନା ହୋଇଛି।

ଏଥିପାଇଁ ପାରାଦୀପ ଓ ଗୋପାଳପୁର ଠାରେ ନବୀକରଣୀୟ ଶକ୍ତି ହବ୍ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେଉଛି ଗ୍ରୀଡ୍କୋ। ଚଳିତ ଆର୍ଥିକ ବର୍ଷରେ ଏଥିପାଇଁ ବଜେଟରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଗ୍ରୀଡ୍କୋ ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡା କହିଛନ୍ତି, ୨୦୨୨ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ସବୁଜ ଶକ୍ତି ପ୍ରକଳ୍ପରେ ଅଧିକ ପୁଞ୍ଜିନିବେଶ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି।

ଓଡ଼ିଶା ଅକ୍ଷୟଶକ୍ତି ନୀତି ୨୦୨୨ ଅନୁସାରେ ୨୦୨୨-୨୩ରୁ ୨୦୨୯-୩୦ ମଧ୍ୟରେ ଅତିରିକ୍ତ ୧୦ ହଜାର ମେଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମ ହେଉଛି। ଏଥିପାଇଁ ଆଗ୍ରହୀ କମ୍ପାନୀ ମାନଙ୍କୁ ସ୍ୱତନ୍ତ୍ର ନୀତିରେ ପ୍ରୋତ୍ସାହନ ଦେବା ପାଇଁ ବ୍ୟବସ୍ଥା ହୋଇଛି।

୨୦୩୦ ସୁଦ୍ଧା ୩୨ରୁ ୪୩% ଶକ୍ତି ଅକ୍ଷୟଶକ୍ତି ଉତ୍ସରୁ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି। ସୂଚନା ଅନୁସାରେ ଅକ୍ଷୟଶକ୍ତି/ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି କରି ପାରମ୍ପାରିକ ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବା ଜରୁରୀ ହୋଇ ପଡ଼ିଛି। ଏଥିପାଇଁ ଭାରତ ସରକାର ମଧ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!