ଭାରତୀୟ କମ୍ପାନୀ ସେକ୍ରେଟାରି ପ୍ରତିଷ୍ଠାନର ଏକ ଦିନିକିଆ କର୍ମଶାଳା ଆୟୋଜିତ

ଓଡ଼ିଶା ରିଅଲ ଇଷ୍ଟେଟ ରେଗୁଲେଟୋରି ଅଥରିଟି (ଓରେରା)ର ବିଭିନ୍ନ ପ୍ରକାର ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କମ୍ପାନୀ ସେକ୍ରେଟାରିମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ଓରେରାର ପ୍ରଶାସନିକ ସଦସ୍ୟ ପ୍ରଦୀପ କୁମାର ବିଶ୍ବାଳ ମତପ୍ରକାଶ କରିଛନ୍ତି।

ଏପରିକି ଭାରତୀୟ କମ୍ପାନୀ ସେକ୍ରେଟାରି ପ୍ରତିଷ୍ଠାନର ଭୁବନେଶ୍ବର ଶାଖା ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳାରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓରେରା ଆଇନ ସମ୍ପର୍କରେ ସିଏସମାନଙ୍କ ଭୂମିକା ଶୀର୍ଷକ ବିଷୟରେ ବିଶ୍ବାଳ ଓରେରା ଆଇନ ଅଧୀନରେ କିପରି ସିଏସ୍ମାନଙ୍କୁ ଗୁରୁଦାୟିତ୍ୱ ଦିଆଯାଇଛି, ତା’ର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ସେହିଭଳି କମ୍ପାନୀ ସେକ୍ରେଟାରିମାନଙ୍କର ଉଚିତ ପରାମର୍ଶ ଓ ମାର୍ଗଦର୍ଶନ ରିୟଲ ଇଷ୍ଟେଟ କ୍ଷେତ୍ରକୁ ବ୍ୟବସ୍ଥିତ କରିବାରେ ବେଶ୍ ସହାୟକ ହେବ ବୋଲି ବିଶ୍ୱାଳ ମତ ପ୍ରକାଶ କରିଥିଲେ।

ଅପରପକ୍ଷରେ ସଂସ୍ଥାର ଅଧ୍ୟକ୍ଷ ବିମଳ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ବହୁ ବରିଷ୍ଠ ସଦସ୍ୟଙ୍କ ସହ ତରୁଣ ଶିକ୍ଷାନବିସଗଣ ମଧ୍ୟ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟା ସୁରଭି ମହାପାତ୍ର ବିଶ୍ୱାଳକୁ ସମ୍ବର୍ଦ୍ଧିତ କରିଥିଲେ।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!