ହିନ୍ଦୋଳ ଓ ଅତାବିରା ହାତେଇଲା ବିଜେଡି

ଅପରାଜେୟ ଶଙ୍ଖ ବୋଲି ପୁଣି ଥରେ ପ୍ରମାଣିତ। ଏନଏସ ନିର୍ବାଚନରେ ବାଜିମାତ୍ କରିଛି ନବୀନଙ୍କ ଦଳ। ବିଜେଡି ହାତେଇଲା ହିନ୍ଦୋଳ ଏନଏସି। ଲଗାତାର ଦ୍ୱିତୀୟ ଥର ପାଇଁ ହିନ୍ଦୋଳ ଏନଏସି ଅକ୍ତିଆର କରିଛି ବିଜୁ ଜନତା ଦଳ। ହିନ୍ଦୋଳ ଏନଏସି ନିର୍ବାଚନରେ ବିଜୁ ଜନତା ଦଳର ଚେୟାରମ୍ୟାନ ପ୍ରାର୍ଥୀ କେଶବ ଚନ୍ଦ୍ର ପ୍ରଧାନ ୪୨୪ ଖଣ୍ଡ ଭୋଟରେ ବିଜୟୀ।ମୋଟ ୧୬ ରାଉଣ୍ଡରେ ବିଜେପି ଚେୟାରମ୍ୟାନ ପ୍ରାର୍ଥୀ ସୋଭାଗିନୀ ପ୍ରଧାନ ୩୯୨୩ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର କେଶବ ଚନ୍ଦ୍ର ପ୍ରଧାନ ପାଇଛନ୍ତି ୪୩୪୭ ଖଣ୍ଡ ଭୋଟ।

ଠିକ ସେହିଭଳି ୧୬ଟି ୱ।ର୍ଡରୁ ବିଜୁ ଜନତା ଦଳ ୧୧ଟି ୱ।ର୍ଡ ନିଜ ଅକ୍ତିଆରକୁ ନେଇଥିବା ବେଳେ ଭାରତୀୟ ଜନତା ପାର୍ଟି ବିଜେପି ହାତକୁ ଯାଇଛି ପାଞ୍ଚଟି ୱ।ର୍ଡ।୫ନମ୍ବର ୬ନମ୍ବର ୯ନମ୍ବର ୧୨ ନମ୍ବର ୧୩ ନମ୍ବର ୱ।ର୍ଡକୁ ଛାଡିଦେଲେ ବାକି ୧୧ଟି ୱ।ର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଛନ୍ତି।

ସେହିପରି ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବାଜି ମାରିଲା ବିଜେଡି। ଅଧ୍ୟକ୍ଷ ପଦ ସହ ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛି। ବିଜେଡିର ଅଧ୍ୟକ୍ଷ ପ୍ରାର୍ଥୀ ବନମାଳି ବରିହା ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ସବିତା ଭୁଏଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!