IITରୁ ପଢିଲେ, ମୋଟା ଅଙ୍କର ଚାକିରି ବି କଲେ , ଚାକିରି ଛାଡିଲେ UPSC କ୍ରାକ୍‌ କଲେ

କୁହାଯାଏ ଯଦି ତମେ ବୃତ୍ତିରେ ଖୁସି ନଥିବ ତେବେ ତୁମ ତୁମକୁ ଆଗକୁ ବଢିବାରେ ଏବଂ ସଫଳ ହେବାରେ ସମସ୍ୟା ହେବ। ଆଉ ଏକଥାକୁ ଖୁବ୍‌ କମ୍‌ ଲୋକ ବୁଝନ୍ତି ଏବଂ ତାଉପରେ କାମ କରନ୍ତି। ଏଭଳି କିଛି ଘଟିଥିଲା IPS ଗୌରବ ଯାଦବଙ୍କ ଜୀବନରେ। ଆଇଆଇଟିରେ ପଢ଼ିଲେ। ମୋଟା ଅଙ୍କର ଚାକିରି ବି ପାଇଲେ। କିନ୍ତୁ ପ୍ରଶାସନିକ ସେବାରେ ଯୋଗ ଦେବାର ଇଚ୍ଛା ତାଙ୍କୁ ଚାକିରିରେ ଖୁସି ଦେଉଥିଲା ନା ଶାନ୍ତି। ସେଥିପାଇଁ ଚାକିରି ଛାଡି ୟୁପିଏସସି ପାଇଁ ନିଜକୁ ପ୍ରସ୍ତୁତ କଲେ ଆଉ IPS ପାଇଲେ । ଆଜି ରାଜସ୍ଥାନ କ୍ୟାଡରର ଏହି IPSଙ୍କ କାହାଣୀ ଜାଣିବା।
୨୦୧୧ ବ୍ୟାଚର ଦବଙ୍ଗ ଆଇପିଏସ୍ ଅଧିକାରୀ ଗୌରବ ଯାଦବ। ଗୌରବ ବର୍ତ୍ତମାନ ଯୋଧପୁରର ଡେପୁଟି କମିଶନର ଭାବରେ କାର୍ଯ୍ୟରତ। ଅପରାଧୀଙ୍କୁ ଦମନ କରିବା ପାଇଁ ତାଙ୍କର ଷ୍ଟ୍ରିକ୍ଟ ଆକ୍ସନକୁ ନେଇ ଲୋକପ୍ରିୟ। ପାଠ ପଢା ଏବଂ ପ୍ରସ୍ତୁତିକୁ ନେଇ ମଧ୍ୟ ଗୌରବଙ୍କର ଭିନ୍ନ ଚିନ୍ତାଧାରା ରହିଛି। ୟୁପିଏସସି କ୍ରାକ୍‌ କରିବା ପାଇଁ ଦୈନିକ ୧୬ରୁ ୧୮ ଘଣ୍ଟା ଅଧ୍ୟୟନ କରିବା ଆବଶ୍ୟକ ନାହିଁ । ଦିନକୁ ୧୨ ଘଣ୍ଟା ପଢନ୍ତୁ ପଛେ, ପ୍ରତିଦିନ ପଢନ୍ତୁ ବୋଲି ସେ କୁହନ୍ତି। କିଛି ଦିନ ପଢି କିଛ ଦିନ ବିରତି ନେଲେ କିଛି ଫଳପ୍ରଦ ହେବନି ବୋଲି ସେ କୁହନ୍ତି।

ଉତ୍ତରପ୍ରଦେଶର ଆଜମଗଡରେ ଗୌରବ ଯାଦବଙ୍କ ଜନ୍ମ । ଗାଁର ସରକାରୀ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ | ପିଲାଦିନରୁ, ତାଙ୍କର ଆଇପିଏସ ଅଧିକାରୀ ହେବାକୁ ଇଚ୍ଛା ଥିଲା | କିନ୍ତୁ ତାଙ୍କ ବାପା ଚାଁହୁଥିଲେ ଯେ ପୁଅ ଆଇଆଇଟିରେ ପାଠ ପଢି ଇଞ୍ଜିନିୟର ହୁଅନ୍ତୁ | ଆଉ ବାପାଙ୍କ ଇଚ୍ଛା ମୁତାବକ ସେ ଆଇଆଇଟିରେ କିଭଳି ପ୍ରବେଶ କରିପାରିବେ ସେଥିପାଇଁ ଦିନରାତି ପରିଶ୍ରମ କରିଥିଲେ | ଶେଷରେ ଗୌରବ ଆଇଆଇଟିରେ ପଢିବା ପାଇଁ ଯୋଗ୍ୟ ବିବେଚିତ ହେଲେ । ପାଠପଢା ସରିବା ପରେ ଏକ ଘରୋଇ କମ୍ପାନୀରେ ଭଲ ଦରମାରେ ଚାକିରି କରିଥିଲେ। କିନ୍ତୁ, ସେ ତାଙ୍କ ଚାକିରିରେ ସନ୍ତୁଷ୍ଟ ନଥିଲେ। କିଛି ଦିନ କାମ କରିବା ପରେ ସେ ଦେଖିଲେ ସେ ଏତେ କାମକୁ ଏନଜୟ କରୁନାହାନ୍ତି। ପୁଣି ସେ ତାଙ୍କ ଆଇପିଏସ୍‌ ହେବାର ଇଚ୍ଛା ପୂରଣ କରିବାକୁ ଚାହିଁଲେ। ପୁଣି ଥରେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କଲେ। ଏବଂ ୨୦୧୧ରେ ଏଥିରେ ସଫଳ ହେଲେ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!