ବ୍ୟାଟେରି ସରିଗଲେ ଆଉ ଚାଲେନି ଲାପ୍ଟପ୍। କିନ୍ତୁ ଏମିତି ଏକ ଲାପ୍ଟପ୍ ରହିଛି ଯାହାର ବ୍ୟାଟେରି ଡେଡ୍ ପରେ ବି ଦୁଇ ବର୍ଷ ଚାଲିବ। ସୌଖୀନ ପ୍ରଯୁକ୍ତିବିତ୍ ଆଣ୍ଡ୍ରିଜ୍ ଏରିକସନ୍ ଏଭଳି ଏକ ଲାପ୍ଟପ୍ର ରୂପରେଖ ନିର୍ମାଣ କରିଛନ୍ତି। ଯାହା ପ୍ରାୟ ଦୁଇ ବର୍ଷ ଧରି ଚାର୍ଜ ନଥିଲେ ବି କାମ କରିପାରିବ। ଏହି ଅଭିନବ ଲାପ୍ଟପ୍ର ନାଁ ‘ପଟାଟୋ-ପି’। ଏଥିରେ ୧୨,୦୦୦ milliampere hour ବିଶିଷ୍ଟ ବ୍ୟାଟେରି, ଛୋଟ ପରଦା ଓ ଏକ ସୌରସେଲ୍ ରହିଛି। ଏଥିରେ କେବଳ ଲେଖାଲେଖି ଏବଂ ସ୍ନେକ୍ ପରି ଭିଡିଓଗେମ୍ ଖେଳିବା ସମ୍ଭବ। ଏହି ଲାପ୍ଟପ୍ରେ ଏଆର୍ଏମ୍ କୋରକ୍ଟେକ୍ସ-ଏମ୍୪ଏଫ୍ ପ୍ରସେସର୍ ସାଙ୍ଗକୁ ଏକ ଏମ୍ବିର ଫ୍ଲାସ୍ ମେମୋରି ଓ ୩୮୪ କେବିର ରାମ୍ ଖଞ୍ଜାଯାଇଛି। ଏପରି ଦୀର୍ଘଜୀବୀ ହେବାରେ ଏହାର ମୁଖ୍ୟ ଉପାଦାନଟି ହେଉଛି ସେଥିରେ ଖଞ୍ଜାଯାଇଥିବା ସୌର ସେଲ ଯାହା ନିରନ୍ତର ଭାବେ ବ୍ୟାଟେରିକୁ ଚାର୍ଜ କରିଥାଏ।

