ଆଜି ଇଡି ମାମଲାରେ ଅର୍ଚ୍ଚନା ନାଗଙ୍କ ପ୍ରସଙ୍ଗର ହାଇକୋର୍ଟରେ ଶୁଣାଣି ହୋଇଛି । ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି କରି ଇଡିକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଏହି ପ୍ରସଙ୍ଗରେ ଜୁନ୍ ୨୬ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି କୋର୍ଟ ।ଏହି ଦିନ ଏକାଠି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ନାଗଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ବୋଲି କୁହାଯାଇଛି ।

