ଲୋକସେବା ଭବନରେ ଖୋଲିବ ‘ମିଲେଟ୍ ଶକ୍ତି କାଫେ

ଆସନ୍ତା ୨୩ ତାରିଖରେ ଏହାର ଶୁଭାରମ୍ଭ ହେବ ମିଲେଟ୍ ଶକ୍ତି କାଫେ । ଲୋକସେବା ଭବନ ପରିସରରେ ଖୋଲିବାକୁ ଯାଉଛି ‘ମିଲେଟ୍ ଶକ୍ତି କାଫେ’।
ଭୁବନେଶ୍ୱର ବିମାନ ବନ୍ଦର ଏବଂ କଳିଙ୍ଗ ଷ୍ଟାଡିଅମରେ ଅଛି ମିଲଲେଟ କାଫେ।

ଲୋକସେବା ଭବନ ମିଲେଟ କାଫେ ପରିଚାଳନା କରିବେ SHG। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ, କେନ୍ଦୁଝର, ପୁରୀ ଗୋଲ୍ଡେନ ବିଚ୍ ଏବଂ କଟକ ବାରବାଟୀ ପ୍ୟାଲେସଠାରେ ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି ।

ଭବନକୁ ଆସୁଥିବା କର୍ମଚାରୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି କାଫେର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ଅଧିକରୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ କାର୍ଯ୍ୟରତ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!