ଆଇ.ସି.ସି. ଓଡ଼ିଶା ଷ୍ଟେଟ୍ କାଉନସିଲ୍‌ର ଅଧ୍ୟକ୍ଷ ଭାବେ ଜେ.ବି. ପାଣି ଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇ.ସି.ସି.) ଓଡ଼ିଶା ପରିଷଦ ୨୦୨୩-୨୪ ବର୍ଷ ପାଇଁ ପୁନର୍ବାର ଅଧ୍ୟକ୍ଷ ହୋଇଛନ୍ତି ଜାଭସ୍ତ୍ରା ଟେକ୍ନୋଲୋଜି ପ୍ରା.ଲିଃର ନିର୍ଦ୍ଦେଶକ ଜେ.ବି. ପାଣି । ସେହିପରି ବରିଷ୍ଠ ଉପ-ଅଧ୍ୟକ୍ଷ ଭାବେ ଚାଟାର୍ଡ ଆକାଉଣ୍ଟାଣ୍ଟ ତଥା ଏସ୍‌.ଆର୍‌.ବି. ଆଣ୍ଡ ଆସୋସିଏଟ୍ସର ପ୍ରିନ୍ସିପାଲ ପାର୍ଟନର ରାଜୀବ ଶେଖର ସାହୁ ଓ ଗୁପ୍ତା ପାୱାର ଇନ୍‌ଫ୍ରଷ୍ଟ୍ରକ୍‌ଚର ଲିଃର ପରିଚାଳନା ନିର୍ଦ୍ଦେଶକ ଏମ୍‌. କେ. ଗୁପ୍ତା ଉପ-ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି

। ଶ୍ରୀ ପାଣି ୪୦ ବର୍ଷରୁ ଅଧିକ ବୃତ୍ତିଗତ ଅଭିଜ୍ଞତା ଥିବା ଏକ ଇଣ୍ଡଷ୍ଟ୍ରି ଭେଟେରାନ୍ । ଶ୍ରୀ ପାଣି ସକ୍ରିୟ ଭାବରେ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରନ୍ତି । ବର୍ତ୍ତମାନ ରେଡ଼ିଏଣ୍ଟ୍ ଟେଲି ସିଷ୍ଟମ୍ ଲିମିଟେଡ଼୍‌ର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରମୋଟର, ମେସେମ୍ ପ୍ରା. ଲିଃ.ର ନିର୍ଦ୍ଦେଶକ ଏବଂ ସୃଷ୍ଟି ଗ୍ରୁପ୍ ଆଣ୍ଡ ଓରଟେଲ ଗ୍ରୁପ୍‌ର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଶ୍ରୀ ସାହୁ ୨୦୦୮-୧୦ରୁ ପାରାଦୀପ ପୋର୍ଟ ଟ୍ରଷ୍ଟରେ ଟ୍ରଷ୍ଠି ଥିଲେ । ସେ ଜୁଲାଇ ୨୦୦୮ରୁ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ଆନ୍ଧ୍‌୍ର ବ୍ୟାଙ୍କର ନିର୍ଦ୍ଦେଶକ ଥିଲେ ।

ସେ ଏନ୍‌.ଟି.ପି.ସି. ଲିମିଟେଡ଼ ପରି ଏକ ମହାରତ୍ନ କମ୍ପାନୀରେ ନିର୍ଦ୍ଦେଶକ ଥିଲେ । ଅଗଷ୍ଟ ୨୦୧୧ରୁ ଅଗଷ୍ଟ ୨୦୧୪ ପର୍ଯ୍ୟନ୍ତ, ହିନ୍ଦୁସ୍ଥାନ ଜିଙ୍କ୍ ଲିମିଟେଡ଼୍‌, ଅକ୍ଟୋବର ୨୦୧୧ରୁ ଅକ୍ଟୋବର ୨୦୧୪, ଟି.ଏଚ୍‌.ଡ଼ି.ସି. ଇଣ୍ଡିଆ ଲିମିଟେଡ୍ (ତେହେରୀ ହାଇଡ୍ରୋ ଡ଼େଭଲପମେଣ୍ଟ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ଼୍‌) ନଭେମ୍ବର ୨୦୧୧ରୁ ନଭେମ୍ବର ୨୦୧୪ ପର୍ଯ୍ୟନ୍ତ ଏବଂ ସେ ଡ଼ିସେମ୍ବର ୨୦୧୧ରୁ ଡ଼ିସେମ୍ବର ୨୦୧୪ ପର୍ଯ୍ୟନ୍ତ ବରୋଦା ବ୍ୟାଙ୍କ ନିର୍ଦ୍ଦେଶକ ଥିଲେ । ପରିଷଦ ବର୍ଷ ୨୦୧୪-୧୫ ପାଇଁ ବ୍ୟାଙ୍କ, ବୀମା ଏବଂ ଆଇ.ସି.ଏ.ଆଇ.ର ପେନସନ କମିଟିର ସହ-ମନୋନୀତ ସଦସ୍ୟ ଥିଲେ । ସେ ଆମେରିକାର ସିଲିକନ ଭ୍ୟାଲିରେ ଇଣ୍ଡିଆନ୍ ଏଣ୍ଟରପ୍ରାଇଜର୍ ଭୁବନେଶ୍ୱର ଅଧ୍ୟାୟର ସଭାପତି ଥିଲେ । ଶ୍ରୀ ଗୁପ୍ତା ଜଣେ ଗତିଶୀଳ ବ୍ୟକ୍ତିତ୍ୱ ଯିଏ ଏକ ଉଦ୍ୟୋଗୀ ମନୋଭାବରେ ପରିପୂର୍ଣ୍ଣ ।

୬ ଡ଼ିସେମ୍ବର ୧୯୫୨ରେ ରାଜସ୍ଥାନର ଜୟପୁରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ଗୁପ୍ତା ସ୍ନାତକ ହାସଲ କରିବାପରେ ବ୍ୟବସାୟ କ୍ଷେତ୍ରରେ ନିଜର ନେତୃତ୍ୱ ବିସ୍ତାର କରିବା ସହ ଦୂରଦୃଷ୍ଠି ସମ୍ପନ୍ନ ଦୂରଦର୍ଶନ ଏବଂ ବ୍ୟବସାୟିକ କ୍ଷେତ୍ରରେ ଆଗକୁ ନେବାପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ତାଙ୍କର ବିଶିଷ୍ଟ କାର୍ଯ୍ୟ ପାଇଁ ଶ୍ରୀ ଗୁପ୍ତା ନିମିତ୍ତ ଭାବେ ତାଙ୍କ ସାଥୀ, ଶିଳ୍ପ ସଂସ୍ଥା ଏବଂ ସରକାରଙ୍କ ତରଫରୁ ପୁରସ୍କାର, ସ୍ୱୀକୃତି ଏବଂ ସମ୍ମାନ ପ୍ରଦାନ କରିଆସୁଛନ୍ତି ।

ଜି.ପି.ଆଇ.ଏଲ୍‌. ତାଙ୍କ ଦକ୍ଷ ନେତୃତ୍ୱରେ ୩୨୩୦ କୋଟିର ବାର୍ଷିକ କାରବାର କରିବାରେ ସଫଳ ହୋଇଛି । ଓଡ଼ିଶାରେ ଆଇ.ସି.ସି. ପଦକ୍ଷେପ ରାଜ୍ୟରେ ବ୍ୟବସାୟ ତଥା ଅର୍ଥନୈତିକ କାର୍ଯ୍ୟକଳାପକୁ ଅଭିବୃଦ୍ଧି କରିଛି । ଆଇ.ସି.ସି. ରାଜ୍ୟ ସରକାରଙ୍କ ସହ ମିଳିତ ହୋଇ ଗର୍ବିତ ଏବଂ ଆସନ୍ତାକାଲିର ଉଦୀୟମାନ ଓଡ଼ିଶାକୁ ମିଳିତ ଭାବରେ ସୃଷ୍ଟି କରିବା ପାଇଁ ରାଜ୍ୟ ନୀତିର ଉଦ୍ଦେଶ୍ୟ ସହିତ ସକ୍ରିୟ ଭାବରେ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଛି । ଆଇ.ସି.ସି. ଓଡ଼ିଶା କାଉନସିଲ୍ ଦ୍ୱାରା ଆୟୋଜିତ ଏହି ଅନ୍ତରିଣ ବୈଠକରେ ଆଇ.ସି.ସି.ର ଅନ୍ୟ ସଦସ୍ୟଙ୍କ ସହ ଓଡ଼ିଶା କାଉନସିଲ୍‌ର ଆଞ୍ଚଳିକ ମୁଖ୍ୟ ଶ୍ରୀ ଜେ.ପି. ପାଲ୍ ପ୍ରମୁଖ ଉପସ୍ଥିତ ଥିଲେ ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!