ଆସନ୍ତାକାଲି ଚାଷୀଙ୍କୁ ମିଳିବ ସିଏମ୍‌ କିଷାନ ଟଙ୍କା

ଆସନ୍ତାକାଲି ଅକ୍ଷୟ ତୃତୀୟାରେ ୫୦ ଲକ୍ଷ ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା । ନାମମାତ୍ର, ଖୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା । ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ ।

 ସିଏମ କିଷାନ୍‌ ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ଚାଷୀଙ୍କୁ ମିଳୁଛି ୪ ହଜାର । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଦେବେ ସରକାର । ସେହିପରି ପିଏମ କିଷାନ ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ମିଳୁଛି ୬ ହଜାର ଟଙ୍କା ।

Post Views4 Total Count

Apply Now


This will close in 0 seconds

error: Content is protected !!