ପଟ୍ଟାମୁଣ୍ଡାଇ ଅଭିମୁଖେ ବାହାରିଛନ୍ତି 5T ସଚିବ

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଭିମୁଖେ ବାହାରିଛନ୍ତି 5T ସଚିବ। ନିର୍ମାଣ ହୋଇଥିବା ସ୍କିଲଡେଭଲପମେଣ୍ଟ ସେଣ୍ଟର ବୁଲି ଦେଖିବା ସହ ଇନଡୋର୍ ଷ୍ଟାଡିୟମ ଏବଂ ହଲ ଦେଖି ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ।

ଗୋଲରାହାଟରେ ପହଞ୍ଚି ମିଶନଶକ୍ତି ମହିଳାଙ୍କ ଦ୍ବାରା ପ୍ରସ୍ତୁତ ଏମ୍ବ୍ରୋଡୋରୀ କାରୁକାର୍ଯ୍ୟ ଦେଖିବା ସହ ଜୀବନ ଜୀବିକା ଉପରେ ମହିଳା ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପରେପରେ ଦଧିବାମନଜୀଉଙ୍କ ଦର୍ଶନ କରିବା ସହ ମନ୍ଦିର ଚର୍ତୁପାର୍ଶ୍ବ ବୁଲି ଦେଖିବେ ପାଣ୍ଡିଆନ୍।

ଜିଲ୍ଲାରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଭି.କେ ପାଣ୍ଡିଆନ। ଜମଧରରେ ନିୟନ୍ତ୍ରିତ ବଜାର କମିଟିରେ ନିର୍ମାଣାଧିନ ୫ ଶହ ମେଟ୍ରିକ ଟନ ବିଶିଷ୍ଟ ଶୀତଳଭଣ୍ଡାର ବୁଲି ଦେଖିଲେ 5T ସଚିବ।

ଜାତୀୟ କୃଷି ବଜାର, କେନ୍ଦ୍ରାପଡା କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜଝାଙ୍ଗ କାଇଁଚ ପିଜି ସେଣ୍ଟର ପରିଦର୍ଶନ କଲେ 5T ସଚିବ। ମହିଳାଙ୍କ ହାତ ତିଆରି କାଇଁଚରୁ ପ୍ରସ୍ତୁତ ଜିନିଷର ପ୍ରଶଂସା କରିଛନ୍ତି। ଏହାପରେ ବଡମୂଳବସନ୍ତରେ ମାଛଚାଷ ପ୍ରକଳ୍ପ ବୁଲି ଦେଖିଲେ ଭି.କେ ପାଣ୍ଡିଆନ। ସଙ୍କଟମୋଚନ ଓ ମା ଶାରଳା ଏସଏଚଜିଙ୍କ ଦ୍ବାରା ଏହି ପ୍ରକଳ୍ପ ହୋଇଛି।

 

 

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!