ସୁନାର ଚା’ ପିଇଛନ୍ତି କି? କେଉଁଠି ମିଳେ ଜାଣନ୍ତୁ

ଅନେକ ଲୋକ ଅଛନ୍ତି ଚା ପ୍ରେମୀ। ସକାଳୁ ଟିକେ ଚା ନମିଳିଲେ ସେମାନଙ୍କ ଦିନ ଯେମିତି ଆରମ୍ଭ ହୁଏନି। ଚା ଦାମ୍ ଦିନେ ୨ଟଙ୍କା ଥିଲା ଆଜି ହଜାରରେ ପହଞ୍ଚିଲାଣି। ହଁ, ସବୁଠୁ ବଡ ଆଶ୍ଚର୍ଯ୍ୟ କଥା ହେଲା ଚା ପୁଣି ସୁନାରେ ତିଆରି। ଲକ୍ଷ୍ନୌର ଏକ ଜଳଖିଆ ଦୋକାନରେ ମିଳୁଛି ଏହି ଚା। ଦେଶର ସବୁଠୁ ଲୋକପ୍ରିୟ ପାନୀୟ ଚା’ର ଏକ ସ୍ବତନ୍ତ୍ର ସଂସ୍କରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି।
‘୨୪ କାରାଟ ସୁବର୍ଣ୍ଣ ଚା’ ନାମରେ ଲୋକପ୍ରିୟ ହୋଇଥିବା ଏହି ପାନୀୟ ତାହାର ମୂଳ ରୂପକୁ ଏକ ଭିନ୍ନ ସ୍ବାଦରେ ପରଷୁଛି। ଉକ୍ତ କାଫେରେ ଉପଲବ୍ଧ ଏହି ନୂତନ ଧରଣର ଚା’ରେ ୨୪ କାରାଟ ସୁନା ପାତିଆ ପଡୁଛି ଯାହା ଚା’ର ରଙ୍ଗ ଓ ସ୍ବାଦକୁ ନିଆରା ତଥା ଆକର୍ଷଣୀୟ କରିପାରୁଥିବା କାଫେ ତରଫରୁ ଦାବି କରାଯାଇଛି। ଇନ୍ଷ୍ଟାଗ୍ରାମ୍ରେ ଏହି ଭିଡିଓ ସେୟାର କରାଯାଇଛି।
ଭିଡିଓରେ ପ୍ରଥମେ ଜଣେ ଚା’ବାଲା ମଗ୍ ଭିତରେ ଥିବା ସାଧାରଣ କ୍ଷୀର ଚା’କୁ ଏକ କପ୍ରେ ଢାଳୁଥିବା ଦେଖାଯାଇଛି। ତା’ପରେ ସେଥିରେ କିଛି ମଲାଇ ମିଶାଇବା ପରେ ଚା’ ଉପରେ ଯତ୍ନର ସହିତ ଖଣ୍ଡେ ସୁନା ପାତ ଛଡ଼ାଯାଉଛି। ଏହା ପରେ ସୁବର୍ଣ୍ଣପାତଯୁକ୍ତ ଚା’କୁ ଗରାଖଙ୍କୁ ପରଷାଯାଉଛି। ୨୪ କାରାଟ ସୁନା ପରି ଦାମୀ ଉପାଦାନ ବ୍ୟବହାର କରାଯାଉଥିବା କାରଣରୁ ସ୍ବାଭାବିକ ଭାବେ ଏହି ଚା’ର ଦର ସାଧାରଣଠାରୁ ବହୁଗୁଣ ଅଧିକ ରହିଛି। ଏଠାରେ ଚା’ କପ୍ ପିଛା ୧୫୦ ଟଙ୍କା ନିଆଯାଉଛି। ଏହି ଦାମୀ ଚା’ ବାବଦରେ କିଛି ଗ୍ରାହକ ନକାରାତ୍ମକ ଟିପ୍ପଣୀ ଦେଇଛନ୍ତି। କିଛି ଲୋକ କହିଛନ୍ତି, କିଛି ଲୋକ ଏହି ଚା ପିଇଲେ ତ ଦେହ ଖରାପ ହୋଇଯିବ କହିଥିବା ବେଳେ ଆଉ କିଛି ଲୋକ ଏହାକୁ ନିଆରା ଚା ବୋଲି କହିଛନ୍ତି।

Post Views79 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!