ବ୍ରହ୍ମପୁର: ଆର୍ମି ନିଯୁକ୍ତି ପରୀକ୍ଷାରେ ବ୍ଲୁଟୁଥ୍ ଡ଼ିଭାଇସ୍ ବ୍ୟବହାର କରିବା ଅଭିଯୋଗରେ ଗୋପାଳପୁର ଥାନା ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
ଗିରଫ ଜଣକ ହେଲେ ହରିଆଣା ରାଜ୍ୟର ଜିନ୍ଦ୍ ଜିଲ୍ଲା ଅନ୍ତର୍ଗତ ଉଚନା ତହସିଲ ନିବାସୀ ବିରେନ୍ଦ୍ରଙ୍କ ପୁଅ ବିଜୟ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଗିରଫ ଜଣକ ଠାରୁ ଗୋଟିଏ କଳା ରଙ୍ଗର ଡ଼ିଭାଇସ୍, ଦୁଇଗୋଟି ସିମ୍ କାର୍ଡ଼, ଗୋଟିଏ ରିସିଭର୍, ବ୍ୟାଟେରୀ, ଆଧାର କାର୍ଡ଼ ଓ ଗୋଟିଏ କଲ୍ ଲେଟର ଜବତ କରାଯାଇଥିବା ବ୍ରହ୍ମପୁର ଏସ୍ପି ଡ଼. ଶର୍ବଣ ବିବେକ୍ ଏମ୍ ସୂଚନା ଦେଇଛନ୍ତି ।
ଗୋପାଳପୁର ଥାନା କେସ୍ ନଂ ୧୫୦/୨୩ରେ ଏକ ମାମଲା ରୁଜୁ କରି ଗିରଫ ହୋଇଥିବା ବିଜୟକୁ ସୋମବାର କୋର୍ଟ ଚାଲାଣ କରିଛି ପୋଲିସ ।

