ପୋଲରୁ ଖସି ପଡିଲା ବସ୍, ୧୫ ମୃତ

ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣାରେ ୧୫ଜଣଙ୍କ ମୃତ୍ୟୁ । ପୋଲ ଉପରୁ ବସ ଖସିଯିବାରୁ ୧୫ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମଧ୍ୟପ୍ରଦେଶର ଖାରଗୋନରେ ଏହି ଦୁର୍ଘଟଣା ଘଟିଛି । ବସଟି ପ୍ରାୟ ୩୦ ଫୁଟ ତଳକୁ ଖସିପଡିଛି । ଘଟଣାସ୍ଥଳରେ ଅନେକ ଲୋକ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି । ସେହିପରି ଗୁରୁତରଙ୍କୁ ୫୦ହଜାର ଲେଖାଏଁ ଏବଂ ଆହତଙ୍କୁ ୨୫ହଜାର ଲେଖାଏଁ ସହାୟତା ଘୋଷଣା କରାଯାଇଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!