ଜିମ୍ବାୱେ ବିଶ୍ବର ସବୁଠାରୁ ଦୁଃଖୀ ଦେଶ। ଏଠାକାର ଲୋକ ଅଧିକ କଷ୍ଟରେ ରହୁଛନ୍ତି ବୋଲି ଅର୍ଥନୀତିଜ୍ଞ ଷ୍ଟିଭ ହାଙ୍କେ ତାଙ୍କ ଆନୁଆଲ ରିପୋର୍ଟରେ ପ୍ରକାଶ କରିଛନ୍ତି। ବିଭିନ୍ନ ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟିଭ ତାଙ୍କ ରିପୋର୍ଟରେ ସେଗୁଡ଼ିକର ରାଙ୍କିଙ୍ଗ କରିଛନ୍ତି। ୟୁକ୍ରେନ, ସିରିୟା ଓ ସୁଦାନକୁ ମଧ୍ୟ ଅତିକ୍ରମ କରି ଯାଇଛି ଜିମ୍ବାୱେ ଦୁଃଖୀ ତାଲିକାରେ । ଦେଶରେ ଦେଖାଯାଇଥିବା ଆକାଶ ଛୁଆଁ ମୁଦ୍ରାସ୍ଫୀତି ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ସାଧାରଣ ଲୋକ ଠିକ ଭାବେ ଖାଇବାକୁ ପାଉ ନାହାନ୍ତି। ତେଣୁ ସେମାନେ ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି।ଦୁଃଖୀ ରାଷ୍ଟ୍ରଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ବେଳେ ୧୫୭ଟି ଦେଶର ଆର୍ଥିକ ସ୍ଥିତିକୁ ବିଚାରକୁ ନିଆଯାଇଥିଲା।

