୫୪ ବର୍ଷ ପଢିବା ପରେ ବ୍ୟାଚଲର ଡିଗ୍ରୀ ହାସଲ କଲେ ଛାତ୍ର

ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକିୟା। ଜୀବନ ଥିବା ଯାଏ ମଣିଷ କିଛି ନା କିଛି ଶିଖୁଥାଏ। କିଏ ଖୁବ୍ ଜଲଦି ନିର୍ଦ୍ଧିଷ୍ଟ ଡିଗ୍ରୀ ହାସଲ କରିଥାଏ ତ କାହାକୁ ପଢା ଶେଷ କରିବାକୁ ବହୁତ ସମୟ ଲାଗେ। ରସ୍ ନାମକ ଜଣେ ୭୧ ବର୍ଷୀୟ ବ୍ୟକ୍ତି ଦୀର୍ଘ ୫୪ ବର୍ଷର ପଢିବା ପରେ ଡିଗ୍ରୀ ହାସଲ କରିଛନ୍ତି। ବ୍ରିଟିସ କଲମ୍ବିଆ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଛନ୍ତି ସେ। ତାଙ୍କୁ ବିଶ୍ବର ସବୁଠାରୁ ମନ୍ଥର ଛାତ୍ରର ମାନ୍ୟତା ମଧ୍ୟ ମିଳିଛି। ୧୯୬୯ ମସିହାରେ ରସ୍ ସ୍ନାତକ ଡିଗ୍ରି ପାଠ୍ୟକ୍ରମ ପାଇଁ ଉକ୍ତ ବିଶ୍ବବିଦ୍ୟାଳୟରେ ନିଜର ନାମ ଲେଖାଇଥିଲେ।
ପ୍ରଥମେ ଇଂରେଜୀରେ ସ୍ନାତକ ହାସଲ କରିବାକୁ ଚାହୁଁଥିବା ତତ୍କାଳୀନ ଯୁବବିଦ୍ୟାର୍ଥୀ ପରେ ନାଟକ ବିଭାଗ ପାଇଁ ମନ ବଳାଇଥିଲେ। ତେଣୁ ବ୍ରିଟିସ କଲମ୍ବିଆ ବିଶ୍ବବିଦ୍ୟାଳୟର ବିଏ ପଢ଼ା ଅଧାରୁ ଛାଡ଼ି ସେ କାନାଡ଼ାର ମଣ୍ଟ୍ରିଲର ଜାତୀୟ ନାଟକ ବିଦ୍ୟାଳୟରେ ନାମ ଲେଖାଇଥିଲେ। ୨୦୧୬ରେ ସେଠାରୁ ଅବସର ନେଲା ପରେ ସେ ପୁରୁଣା ପାଠପଢ଼ା ସମାପ୍ତ କରିବାକୁ ବ୍ରିଟିସ କଲମ୍ବିଆ ବିଶ୍ବବିଦ୍ୟାଳୟ ଗଲେ। ଅନୁରୋଧ କ୍ରମେ ୨୦୧୭ରୁ ତାଙ୍କୁ ଇତିହାସର ଜଣେ ସାମୟିକ-ଛାତ୍ର ହିସାବରେ ଗ୍ରହଣ କରାଯାଇଥିଲା। ଶେଷରେ ଚଳିତବର୍ଷ ସେ ସଫଳତାର ସହ ବିଏ ଡିଗ୍ରି ହାସଲ କରିଛନ୍ତି।

Post Views70 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!