ସକାଳୁ ପୁରୀରେ ପହଞ୍ଚିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଶ୍ରୀମନ୍ଦିର ଚାରିପାଖ ପରିକ୍ରମା ମାର୍ଗ ଅନୁଧ୍ୟାନ କରିଛନ୍ତି । ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀ ଉପସ୍ଥିତ ଥିଲେ । ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ପୂର୍ବ ସପ୍ତାହରେ ଦିଆଯାଇଥିବା ଟାର୍ଗେଟ୍ ପୂରଣ ହୋଇଛି କି ନାହିଁ ସମୀକ୍ଷା କରିଛନ୍ତି ୫ଟି ସଚିବ । ଦ୍ରୁତଗତିରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ।
ପ୍ରତି ସପ୍ତାହରେ ୫ଟି ସଚିବ ଭିକେ ପାଣ୍ଡିଆନ ପୁରୀ ଯାଇ କାମର ଅଗ୍ରଗତି ନେଇ ଅପଡେଟ୍ ନେବା ସହ ଧାର୍ଯ୍ୟ ସମୟରେ କାମ ସାରିବାକୁ ଟାର୍ଗେଟ୍ ଦେଇଛନ୍ତି ।
ଆଗାମୀ ୪ ତାରିଖରେ ସ୍ନାନ ପୂର୍ଣ୍ଣିମା ହୋଇଥିବାରୁ ଏହା ପୂର୍ବରୁ ଶ୍ରୀମନ୍ଦିର ସମ୍ମୁଖ ପ୍ରକଳ୍ପ କାମ ଶେଷ କରିବା ନେଇ ଦିଆଯାଇଥିବା ଟାର୍ଗେଟ୍ ସମ୍ପର୍କରେ ପଚାରି ବୁଝିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ।

