ଏସିଆର ସବୁଠାରୁ କ୍ଷୁଦ୍ର ମହାସାଗର କେଉଁଠି ରହିଛି ଜାଣନ୍ତି କି। ଆର୍କଟିକ୍ ମହାସାଗର ହେଉଛି ପୃଥିବୀର ସବୁଠାରୁ କ୍ଷୁଦ୍ର ମହାସାଗର। ପୃଥିବୀ ପୃଷ୍ଠରେ ଦୃଶ୍ୟମାନ ହେଉଥିବା ମହାସାଗର ମଧ୍ୟରେ ଯଦିଓ ଏହା ସବୁଠାରୁ ଛୋଟ ହୋଇଥିଲେ। ହେଲେ ଆକାରରେ ଏହା ବହୁତ ବଡ। ଏହା ପ୍ରଶାନ୍ତ ମହାସାଗର ଠାରୁ ଆକାରରେ ପ୍ରାୟ ୧୦ ଗୁଣ ଛୋଟ।
ଆର୍କଟିକ୍ ମହାସାଗର ପ୍ରାୟ ୮୭ ଲକ୍ଷ ବର୍ଗ କିଲୋମିଟର ଠାରୁ ଅଧିକ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଛି। ଯାହା ଉତ୍ତର ଆମେରିକା ତୁଳନାରେ ପ୍ରାୟ ୧୫୦ ପ୍ରତିଶତ ବଡ଼। ଏହା ଉତ୍ତର ଗୋଲାର୍ଦ୍ଧର ମେରୁ ଅଞ୍ଚଳରେ ଅବସ୍ଥିତ। ଏହି ମହାସାଗର ଏସିଆ, ୟୁରୋପ ଏବଂ ଉତ୍ତର ଆମେରିକାର ମହାଦେଶ ଦ୍ୱାରା ଘେରି ହୋଇରହିଛି।
ଶୀତଳ ଜଳବାୟୁ କାରଣରୁ ଆର୍କଟିକ୍ ମହାସାଗର ବର୍ଷସାରା ବରଫ ଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ। ହେଲେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ହେବା କାରଣରୁ ଆର୍କଟିକ୍ ମହାସାଗରରେ ଜମି ରହିଥିବା ବରଫ ତରଳିବା ଆରମ୍ଭ କରିଛି। ଜାତୀୟ ମହାସାଗର ଏବଂ ବାୟୁମଣ୍ଡଳ ପ୍ରଶାସନ ଅନୁଯାୟୀ, ଆର୍କଟିକ୍ ମହାସାଗରର ହାରାହାରି ଗଭୀରତା ମାତ୍ର ୧.୦୪ କିଲୋମିଟର କିମ୍ବା ୩୪୦୭ ଫୁଟ।

