ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୭୦ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି ।ମୃତଦେହ ଚିହ୍ନଟ ହେବା ପରେ ଚାଲିଛି ହସ୍ତାନ୍ତର ପ୍ରକ୍ରିୟା ।
ତେବେ ଘରେ ମୃତଦେହକୁ ପହଞ୍ଚାଇବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଖର୍ଚ୍ଚ ବହନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।
ପ୍ରଦୀପ ଜେନା ଆହୁରି ମଧ୍ୟ କହିଛନ୍ତି କି, ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କ ଚିକିତ୍ସା ଚାଲିଛି । ରକ୍ତର ଅଭାବ ନାହିଁ । ସାଧରଣ ଲୋକେ ନିଜ ଇଛାରେ ଆସି ରକ୍ତ ଦାନ କରୁଛନ୍ତି ତେଣୁ ରକ୍ତର ଅଭାବ ନାହିଁ ।

