ଆକ୍ଟର ତଥା ଡିରେକ୍ଟର ମଙ୍ଗଲ ଢିଲ୍ଲୋନଙ୍କର ପରଲୋକ । ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଜୁନ୍ ୧୮ରେ ମଙ୍ଗଲଙ୍କର ଜନ୍ମଦିନ ଥିବା ବେଳେ ଏବେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଜୁନୁନ, କିସ୍ମତ୍, ଦ ଗ୍ରେଟ ମରାଠା, ଘୁଟନ, ସାହିଲ, ମୌଲାନା ଆଜାଦ, ମୁଜରିମ ହାଜିର, ରିସ୍ତା, ଯୁଗ ଓ ନୂରଜାହାଁ ଭଳି ଅନେକ ସିରିଏଲରେ ଅଭିନୟ କରିଥିଲେ। ଶେଷଥର ପାଇଁ ସେ ୨୦୧୭ରେ ରିଲିଜ ହୋଇଥିବା ପଞ୍ଜାବୀ ଫିଲ୍ମ ‘ତୁଫାନ ସିଂହ’ରେ ଅଭିନୟ କରିଥିଲେ।ମଙ୍ଗଲ ଢିଲ୍ଲୋନ ପଞ୍ଜାବର ଫରିଦକୋଟ ଜିଲ୍ଲାରେ ଏକ ଶିଖ ପରିବାରରେ ଜନ୍ମ ହୋଇଥିଲେ।

