ଦଶମୀରେ ଚକାବିଜେ ନୀତି

ମହାପ୍ରଭୂ ଦେବସ୍ନାନ ପୂର୍ଣ୍ଣିମା ଦିନ ୧୦୮ ଗରା ସ୍ନାନ କରିବା ପରେସ ଜ୍ବରରେ ପଡିଛନ୍ତି । ଅନବସର ପିଣ୍ଡି ରେ ୧୫ ଦିନ ରହିବେ। ଅନବସର ପିଣ୍ଡି ରେ ପ୍ରତ୍ୟହ ଦୈତାପତି ସେବାୟତ ଙ୍କ ଦ୍ୱାରା ଗୁପ୍ତ ନୀତି ଚାଲିଛି । ଫୁଲରି ତେଲ ଲାଗି ହେବା ପରେ ଓସୁଅ ଲାଗି କରାଯାଇଥିଲା। ଆଜି ଚତୁର୍ଦ୍ଧାମୂର୍ତି ଙ୍କର ଚକା ବିଜେ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ଜୟ ନିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ।

ଶ୍ରୀ ଜିଉ ମାନଙ୍କୁ ଚକା ଉପରେ ଦୈତାପତି ଓ ବିଦ୍ୟାପତି ମାନେ ବିଜେ କରାଇବା ସହ ଚକଟା ଓ ପଣା ଭୋଗ ଲାଗି କରାଯିବ। ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେଇ ରଥାରୂଢ଼ ହେବେ । ଗୁପ୍ତସେବା ସମୟରେ ମହାପ୍ରଭୁଙ୍କୁ ଅନ୍ନଭୋଗ ବଦଳରେ ଲାଗି ହେଉଛି ଚକଟା ଓ ପଣା ଭୋଗ । କ୍ଷୀର, ଛେନା, ସର, ଖୁଆରେ ବିଭିନ୍ନ ଫଳମୂଳ ମିଶାଇ ଚକଟା ଭୋଗ ପ୍ରସ୍ତୁତ ହେଉଛି । ପ୍ରସାଦକୁ ଦଇତାପତି ସେବାୟତ ସେବନ କରିବା ପରେ ବଳକା ଚକଟାରେ ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହେଉଛି ଅଣସର ପଣା ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!