ବାହାନଗା ଟ୍ରେନ୍ ଦୁର୍ଘଟଣା: ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲା ସତ୍ସଙ୍ଗ

ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଶତାଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ବହୁ ଲୋକଙ୍କ ପରିବାର ଉଜୁଡି ଯାଇଛି।

କେତେକ ଶିଶୁ ଅନାଥ ହୋଇ ଅସହାୟ ହୋଇପଡିଛନ୍ତି। ଏହି ଅପୂରଣୀୟ କ୍ଷତି ପାଇଁ ସହାୟତାର ହାତ ବଢାଇଛି ସତ୍ସଙ୍ଗ। ସତ୍ସଙ୍ଗର ପରମ ପୂଜ୍ୟପାଦ ଶ୍ରୀଶ୍ରୀଆଚାର୍ଯ୍ୟଦେବ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଏପରି କି ମୃତକଙ୍କ ପରିବାର ଲୋକଙ୍କୁ ସତ୍ସଙ୍ଗର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ସରକାର ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!