ଦର୍ଶକଙ୍କ ବିରୋଧର ସମ୍ମୁଖୀନ କଲା ଫିଲ୍ମ ‘ଆଦିପୁରୁଷ’

କ୍ରିତି ସାନନ୍ ଏବଂ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଆଦିପୁରୁଷ। ଏହା ୧୬ ଜୁନରେ ରିଲିଜ ହୋଇଛି । ଟ୍ରେଲର ରିଲିଜ ହେବା ପରଠାରୁ ଏହି ଫିଲ୍ମ ଦର୍ଶକଙ୍କ ବିରୋଧର ସମ୍ମୁଖୀନ ହୋଇଛି। ପ୍ରଥମ ଥର ପାଇଁ ରିଲିଜ ହୋଇଥିବା ଟ୍ରେଲରରେ ହନୁମାନ ଜୀଙ୍କୁ ଚମଡା ପିନ୍ଧିବା ଠାରୁ ଆରମ୍ଭ କରି ନୂଆ ଟ୍ରେଲରରେ ସୀତାହରନଙ୍କ ଦୃଶ୍ୟକୁ ଭୁଲ ପ୍ରଦର୍ଶନ କରିବା ପର୍ଯ୍ୟନ୍ତ ଫିଲ୍ମ ବିରୋଧର ସମ୍ମୁଖୀନ ହୋଇଛି।
ଫିଲ୍ମ ଆଦିପୁରୁଷର କିଛି ଦୃଶ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ବିରୋଧ କରାଯାଇଆସୁଥିବା ବେଳେ ବର୍ତ୍ତମାନ ଫିଲ୍ମ ରିଲିଜ ହୋଇଛି। ହେଲେ ନେପାଳରେ ମଧ୍ୟ ଏହା ଉପରେ ବିରୋଧ ଆରମ୍ଭ ହୋଇଛି। ଜୁନ୍ ୧୫ରେ କାଠମାଣ୍ଡୁ ମେୟର ବାଲେନ ଶାହା ଘୋଷଣା କରିଛନ୍ତି ଯେ ଯଦି ଫିଲ୍ମର ନିର୍ଦ୍ଦେଶକ ଓମ ରାଉତ ତାଙ୍କ ଚଳଚ୍ଚିତ୍ର ଆଦିପୁରୁଷରେ ସୀତାଙ୍କ ଜନ୍ମସ୍ଥାନ ବିଷୟରେ ହୋଇଥିବା ‘ଭୁଲ୍’କୁ ସଂଶୋଧନ କରନ୍ତି ନାହିଁ, ତେବେ କାହାକୁ ଦେଖିବାକୁ ଅନୁମତି ଦିଆଯିବ ନାହିଁ। ଏହ ବ୍ୟତୀତ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ନାହିଁ । ଏହାକୁ ଠିକ୍ କରିବାକୁ ୩ ଦିନ ସମୟ ଦିଆଯାଇଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!