ଆସନ୍ତା ୨୧ ଯାଏ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଭୁବନେଶ୍ୱର ୪୪.୬ ଡିଗ୍ରୀ

ଲମ୍ବିଚାଲିଛି ତତଲା ଦିନ। ଆସନ୍ତା ୨୧ ଯାଏ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ (ହିଟ୍ଓ୍ବେଭ) ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, ସମ୍ବଲପୁର, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ ଏବଂ ଖୋର୍ଦ୍ଧା ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏ ନେଇ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।

ସେହିପରି ଯାଜପୁର, ଢେଙ୍କାନାଳ, ବାଲେଶ୍ୱର, ମୟୂରଭଞ୍ଜ ଜିଲାରେ ମଧ୍ୟ ହିଟ୍ଓ୍ବେଭ ଜାରି ରହିବ। ଉକ୍ତ ଜିଲାଗୁଡ଼ିକ ପାଇଁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ତେବେ ପାଗ କେବେ ବଦଳିବ ସେ ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ରାଜ୍ୟକୁ କେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ ସେ ନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ କିଛି ସ୍ପଷ୍ଟ କରାଯାଇ ପାରୁ ନାହିଁ।

ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୫.୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ସେହିପରି ରାଜ୍ୟର ୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀକୁ ଟପି ଯାଇଥିବା ବେଳେ ୮ଟି ସ୍ଥାନରେ ୪୪ ଡିଗ୍ରୀକୁ ପାର କରିଯାଇଛି।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ଝାରସୁଗୁଡ଼ାରେ ସର୍ବାଧିକ ୪୫.୪ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୪୫.୩, ସମ୍ବଲପୁର ୪୪.୮, ଅନୁଗୋଳ ୪୪.୭, ହୀରାକୁଦ ୪୪.୬, ଭୁବନେଶ୍ୱର ୪୪.୬, ସୁନ୍ଦରଗଡ଼ ୪୪.୫, ତାଳଚେର ୪୪.୪, ବୌଦ୍ଧ ୪୪.୨, ରାଉରକେଲା ୪୪, ବରଗଡ଼ ୪୪, ନୟାଗଡ଼ ୪୩.୫, ଢେଙ୍କାନାଳ ୪୩.୫, ଟିଟିଲାଗଡ଼ ୪୩.୫, ବାରିପଦା ୪୩.୨, ବ୍ରହ୍ମପୁର ୪୩.୨, ନୂଆପଡ଼ା ୪୩, ଭବାନୀପାଟଣା ୪୩, ଖୋର୍ଦ୍ଧା ୪୩, ମାଲକାନଗିରି ୪୨.୪, କଟକ ୪୨.୨, ଦେବଗଡ଼ ୪୨, କେନ୍ଦ୍ରାପଡ଼ା ୪୧.୮, ଫୁଲବାଣୀ ୪୧.୫, ପାରଳାଖେମୁଣ୍ଡି ୪୦.୯, କେନ୍ଦୁଝର ୪୦.୫, ଜଗତ୍ସିଂହପୁର ୪୦.୫, ଭଦ୍ରକ ୪୦.୪, ଚାନ୍ଦବାଲି ୪୦.୪ ଏବଂ ଯାଜପୁରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!