ବାହାନଗା ରେଳ ଦୁର୍ଘଟଣାରେ ଦୁଇ ଅଧିକାରୀଙ୍କ ବହିଷ୍କାର ନିଷ୍ପତ୍ତିକୁ ବିରୋଧ

ଗତବର୍ଷ ଜୁନ ୨ ତାରିଖରେ ବାହନଗା ଷ୍ଟେସନରେ ରେଳ ଦୁର୍ଘଟଣା ହୋଇଥିଲା । ଏଥିରେ ୨୯୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଓ ହଜାରରେ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ମାମଲାରେ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଓ ଡିଭିଜନାଲ ଟ୍ରାଫିକ ଇନ୍ସପେକ୍ଟର ଏକେ ଖୁଂଟିଆଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ବାହନଗା ଦୁର୍ଘଟଣା ମାମଲା ୨ ଅଧିକାରୀଙ୍କ ବହିଷ୍କାର ନିଷ୍ପତିକୁ ବିରୋଧ ।

କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି ସାରା ଦେଶରେ ୩୯ ହଜାର ଷ୍ଟେସନ ମାଷ୍ଟର । ଉଭୟ ଅଧିକାରୀଙ୍କ ବହିଷ୍କାର ଆଦେଶ ପ୍ରତ୍ୟାହାର ଓ ବିଭାଗୀୟ କାଯ ର୍୍ୟାନୁଷ୍ଠାନକୁ ବିରୋଧ କରି ବିରୋଧ ପ୍ରଦର୍ଶନ କରାଯାଇଛଥି । ୨୪ ଘଂଟା ଧରି ବିଭିନ୍ନ ଷ୍ଟେସନରେ ଷ୍ଟେସନ ମାଷ୍ଟର କଳା ବ୍ୟାଜ ପିନ୍ଧି କାମ କରିଛନ୍ତି ।

ଏନେଇ ଗତ ୧୭ ତାରିଖରେ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ନିଜ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଏଥିସହ ବିଭାଗର ମନମୁଖୀ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବାକୁ ସାରା ଦେଶର ଷ୍ଟେସନ ମାଷ୍ଟରଙ୍କୁ ଅନୁରୋଧ କରିଥିଲେ ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!