କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ, ୬ ଜଣଙ୍କର ମୃତ୍ୟୁ

କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ଫୋର୍ଟ ସ୍ମିଥ ନିକଟରେ ଖଣି କର୍ମଚାରୀଙ୍କୁ ନେଇ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାଯୋଗୁ ୬ ଜଣ ପ୍ରାଣ ହରାଇଛନ୍ତି ।

ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ । ଗୋଟିଏ ଦିନ ପୂର୍ବରୁ ପଡୋଶୀ ବ୍ରିଟିଶ କଲମ୍ବିଆରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଥିଲେ ।
ଏହି ବିମାନ ଏକ ଖଣି କମ୍ପାନୀ ରିଓ ଟିଣ୍ଟୋର ଡିଆଭିକ୍ ହୀରା ଖଣି ଆଡକୁ ଯାଉଥିଲା ।

ଏହା ପରେ ବିମାନଟି ଦାସ୍ ନଦୀ ନିକଟରେ ମିଳିଥିଲା । ବିମାନର ମାଲିକ କହିଛନ୍ତି ଯେ ବ୍ରିଟିଶ ଏରୋସ୍ପେସରୁ ତାଙ୍କର ଏହି ପ୍ରକାରର ଜେଟଷ୍ଟ୍ରିମ ମଡେଲ ଦୁଇଟି ଅଛି ଏବଂ ଉଭୟଙ୍କର ୧୯ ଜଣଙ୍କୁ ନେଇ ଉଡିବାର କ୍ଷମତା ଅଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!