ପୁଣି କର୍ମଚାରୀଙ୍କ ଛଟେଇ କରିବ ବାଇଜୁସ୍ । ଚଳିତ ଆର୍ଥିକ ବର୍ଷରେ ୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଏଡଟେକ ସଂସ୍ଥା ବାଇଜୁସ ।ସଂସ୍ଥାକୁ ଆଞ୍ଚଳିକ ସ୍ତରରେ ଅଧିକ ଗୁରୁତ୍ବ ଦେବାକୁ ଏଭଳି ନିଷ୍ପତ୍ତି ନେଇଛି କମ୍ପାନୀ । ବର୍ତ୍ତମାନ ଏକ ହଜାର କର୍ମଚାରୀଙ୍କୁ ନୋଟିସ ଦିଆଯାଇଛି ଏବଂ ୧ ହଜାର କର୍ମଚାରୀ ସେମାନଙ୍କ ପରଫର୍ମାନ୍ସ ଇମ୍ପ୍ରୁଭମେଣ୍ଟ ପାରାମିଟର ସମ୍ପନ୍ନ କରିନଥିବା ସୂଚନା ମିଳିଛି । ଏହି ପ୍ରକ୍ରିୟାରେ ପ୍ରାୟ ୪ ହଜାର କର୍ମଚାରୀ ଛଟେଇ ହେବେ ବୋଲି ସୂଚନା ମିଳିଛି ।ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ଛଟେଇ ପ୍ରକ୍ରିୟା ଶେଷ ହେବ । ଗତ ବର୍ଷ ଅକ୍ଟୋବରରେ କର୍ମଚାରୀସ ସଂଖ୍ୟା ୫୦ ହଜାର ଥିବାବେଳେ ଅକ୍ଟୋବରରେ ଏହି ସଂଖ୍ୟା ୩୧ରୁ ୩୩ ହଜାର ମଧ୍ୟରେ ରହିବ ବୋଲି ଜଣାପଡିଛି ।

