ତରୁଣ ଖୁଲବେ ଜେଏସ୍ଏଲ୍ ର ନୁଆ ସିଇଓ

ଜିନ୍ଦଲ ଷ୍ଟେନ୍ଲେସ ଲିମିଟେଡ (ଜେଏସ୍ଏଲ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କମ୍ପାନୀର ବରିଷ୍ଠ ଅଧିକାରୀ ତରୁଣ ଖୁଲ୍ବେଙ୍କୁ ନିଯୁକ୍ତି ଦିଆଯାଇଛି। ବିଶେଷକରି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ଖୁଲ୍ବେଙ୍କର ସିଇଓ ଏବଂ ସମ୍ପୂର୍ଣ୍ଣ ଅବଧି ନିର୍ଦ୍ଦେଶକର ପଦୋନ୍ନତିକୁ ଅନୁମୋଦନ କରିଛନ୍ତି। ଏପରିକି ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ନିର୍ଦ୍ଦେଶକମଣ୍ଡଳୀ ବୈଠକରେ ବୃତ୍ତିଗତ ଭାବେ ପରିଚାଳିତ ତଥା ଏକୀକୃତ ସଂଗଠନ ଗଠନ କରିବାର ଆଭିମୁଖ୍ୟରେ ବୋର୍ଡ ଉକ୍ତ ନିଷ୍ପତ୍ତି ଗ୍ରହଣ କରିଛି।

ସେହିଭଳି ବୋର୍ଡ ଖୁଲ୍ବେଙ୍କ ଅତୁଳନୀୟ ନେତୃତ୍ୱ ଦକ୍ଷତା, ରଣନୀତିକ ଦୃଷ୍ଟିକୋଣ ଏବଂ କମ୍ପାନୀର ମୂଳ ମୂଲ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ସ୍ବୀକୃତି ଦେଇଛି। କମ୍ପାନୀ ପରବର୍ତ୍ତୀ ପର୍ଯ୍ୟାୟର ଅଭିବୃଦ୍ଧି ଏବଂ ବିସ୍ତାରରେ ପ୍ରବେଶ କରିବାକୁ ଯାଉଛି, ଯାହା ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲଙ୍କ ରଣନୀତିକ ଦୃଷ୍ଟିକୋଣର ବର୍ଦ୍ଧିତ ଯୋଗଦାନକୁ ଆବଶ୍ୟକ କରିଥାଏ।

୨୦୧୮ ମେ ଠାରୁ ଖୁଲ୍ବେ କମ୍ପାନୀର ସମ୍ପୂର୍ଣ୍ଣ ଅବଧି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଛନ୍ତି ଓ କର୍ପୋରେଟ୍ ବ୍ୟାପାର, ବିକ୍ରୟ ଏବଂ ମାର୍କେଟିଂ, ରଣନୀତିକ ପଦକ୍ଷେପ ସହ ସବସିଡିଆରି କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ସେ ବେଶ୍ ଜଣାଶୁଣା ହୋଇଥିଲାବେଳେ ସିଇଓ ବ୍ୟତୀତ ସେ ଉପରୋକ୍ତ ପଦବୀରେ ମଧ୍ୟ ରହିବେ। ସେହିପରି ପ୍ରାୟ ୩୫ବର୍ଷର ଅଭିଜ୍ଞ ଖୁଲ୍ବେ ବ୍ୟବସାୟ ବିସ୍ତାର ଏବଂ ଜେଏସ୍ଏଲ୍ର ଲାଭଜନକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Post Views106 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!