ଦୁର୍ନୀତି ବିରୋଧରେ ଲଢ଼େଇ ପାଇଁ ଆହ୍ବାନ

ଆଜିଠୁ ଆରମ୍ଭ ହେଲା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୩ ପାଳନ ଅବସରରେ ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଆହ୍ବାନ ଦେଇଛନ୍ତି । ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି । ଦୁର୍ନୀତି ବିରୋଧରେ ଓଡ଼ିଶା ସରକାର ଲଢ଼େଇ ଜାରି ରଖିଛନ୍ତି । ଦୁର୍ନୀତି ମାମଲାରେ ଓଡ଼ିଶା ଭିଜିଲାନ୍ସର କାମ ପ୍ରଶଂସନୀୟ । ଏହି ଅବସରରେ କମ୍ପ୍ୟୁଟର ବେସଡ ତଦନ୍ତର ଶୁଭାରମ୍ଭ  ହୋଇଛି । ରାଉରକେଲା ଓ ବାଲେଶ୍ୱର ଭିଜିଲାନ୍ସ ଅଫିସ ଲୋକାର୍ପଣ ସହିତ କଟକ ଭିଜିଲାନ୍ସ ଡିଭିଜନକୁ ଶ୍ରେଷ୍ଠ ଡିଭିଜନ ଭାବେ ସମ୍ମାନିତ କରାଯାଇଛି  । ଶେଷରେ ନୂଆ ଓଡ଼ିଶା ସ୍ୱପ୍ନକୁ ସଫଳ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ କାମ କରିବ ବୋଲି  ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!