ମାଇକ୍ରୋ ବ୍ଲଗିଂ ସାଇଟ୍ ଟୁଇଟର ଅଚଳ ହୋଇଯାଇଥିଲା । ଅନେକ ବ୍ୟବହାରକାରୀ ଟ୍ୱିଟର କାମ କରୁନଥିବା ଅଭିଯୋଗ କରିଛନ୍ତି । ରିପୋର୍ଟ ଅନୁସାରେ ପ୍ରାୟ ୪ ହଜାର ଟ୍ୱିଟର ୟୁଜର୍ସ ଏସଂପର୍କରେ ଡାଉନ ଡିଟେକ୍ଟର ସାଇଟରେ ଅଭିଯୋଗ କରିଛନ୍ତି । ଟୁଇଟ ଦେଖିବା ପାଇଁ କିମ୍ବା ପୋଷ୍ଟ କରିବା ପାଇଁ ଚେଷ୍ଟା କଲା ବେଳେ ଟ୍ୱିଟ ରିଟ୍ରିଭ ହୋଇପାରିବ ନାହିଁ ବୋଲି ମେସେଜ ଆସୁଛି ।
ବଶ୍ୱବ୍ୟାପୀ ଏଭଳି ଅଭିଯୋଗ ଆସିବା ପରେ ଏଲନ ମକ୍ସ କଟକଣା ଲଗାଇଥିବା କୁହାଯାଉଛି । ଭେରିଫାଏଡ ଆକାଉଣ୍ଟସରୁ ଦିନକୁ ଜଣେ ୬ହଜାର ପୋଷ୍ଟ ପଢିପାରିବେ ।
ସେହିପରି ଭେରିଫାଏ ହୋଇନଥିବା ଆକାଉଣ୍ଟଧାରୀ ଦିନକୁ ୬୦୦ ପୋଷ୍ଟ ଏବଂ ଭେରିଫାଏ ହୋଇନଥିବା ନୂଆ ଆକାଉଣ୍ଟରୁ ଦିନକୁ ୩୦୦ ପୋଷ୍ଟ ଦେଖିପାରିବେ । ତେବେ ଟ୍ୱିଟର ଲଗାଇଥିବା କଟକଣା ସାମୟିକ ବୋଲି ଟୁଇଟ କରି ଏଲନ୍ ମସ୍କ ସୁଚନା ଦେଇଛନ୍ତି ।

