ଉତ୍ତର ଭାରତରେ ଜଳ ପ୍ରଳୟ । ବନ୍ୟା ପରିସ୍ଥିତି ଦେଖା ଦେଇଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କେରଳ, ଗୋଆ, କର୍ଣ୍ଣାଟକ ଓ ନାଗାଲାଣ୍ଡ । ଏସବୁ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ହିମାଚଳପ୍ରଦେଶରେ ଭୂସ୍ଖଳନ ଓ ପ୍ରବଳ ବର୍ଷା କାରଣରୁ ୧୩୩ଟି ସଡକ ବନ୍ଦ କରାଯାଇଛି । ବନ୍ୟା ଜନିତ ବିଭିନ୍ନ କରାଣରୁ ଗଲାଣି 50ରୁ ଅଧିକ ଜୀବନ । ହିମାଚଳପ୍ରଦେଶ-ଉତ୍ତରାଖଣ୍ଡ ପରି ପାହାଡି ରାଜ୍ୟରେ ବାଦଲ ଫଟା ବର୍ଷାରେ ବନ୍ୟା ବିତ୍ପତି ଦେଖାଦେଇଛି । ଏହାସହ ଲ୍ୟାଣ୍ଡସ୍ଲାଇଡ ବଢ଼ିଛି । ରାସ୍ତା ଓ ପୋଲ ପାଣି ସୁଅରେ ଭାସିଗଲାଣି । ହିମାଚଳ ମଣ୍ଡିରେ ଫସିଥିବା ଲୋକଙ୍କୁ ରାତି ଅଧିଆ ଉଦ୍ଧାର କରିଛି ଏନଡିଆରଏଫ୍ ।ଆଗାମୀ ୨୪ ଘଣ୍ଟା ପାଇଁ ହିମାଚଳକୁ ରେଡ ଆଲର୍ଟ ଜାରି କରାଯାଇଛି ।
Related Posts
ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ
କେନ୍ଦ୍ର ସରକାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି । ବୁଧବାର…
ମୁହାଁମୁହିଁ ହେଲେ ବିରୋଧୀ ଦଳ ନେତା ଓ ବାଚସ୍ପତି
ଚଳିତ ସପ୍ତାହରେ ଲୋକସଭାରେ ଏକ ଅଭୂତପୂର୍ବ ଅଚଳାବସ୍ଥା ଦେଖାଦେଇଥିଲା। କୌଣସି ବ୍ୟାପକ ଆଲୋଚନା ବିନା ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ…
ବନ୍ଦ୍ ହେଲା ଜ୍ୟୋତିଙ୍କ ଇନ୍ଷ୍ଟା ଆକାଉଣ୍ଟ୍
ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ହରିୟାଣା ପୁଲିସ…

