ଆଖି ଧରା ରୋଗୀଙ୍କ ସଂଖ୍ୟା ଦୁଇ ଗୁଣାରେ ପହଂଚିଥିବା ଡାକ୍ତର କହିଛନ୍ତି । ଏବେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିପାରନ୍ତି । ଏହା ଏକ ଭୂତାଣୁ ଜନିତ ରୋଗ । ସପ୍ତାହେରୁ ୨ ସପ୍ତାହ ମଧ୍ୟରେ ରହିବ ।
ଭୂତାଣୁ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହେଉଥିବାରୁ ସତର୍କ ରହିବାକୁ ବିଶେଷଜ୍ଞ କହିଛନ୍ତି । ସମ୍ବଲପୁର ସଦର ମେଡିକାଲ ଓ ଭୀମସାରରେ ବଢିଛି ଆଖିଧରା ରୋଗୀଙ୍କ ସଂଖ୍ୟା ।
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀଙ୍କ ମଧ୍ୟରୁ ଏବେ ୬୦ ପ୍ରତିଶତ ରୋଗୀ କେବଳ ଆଖି ଧରା ସଂକ୍ରମିତ ବୋଲି ଜଣାପଡିଛି । ସେହିପରି ଭୀମସାରକୁ ପଶ୍ଚିମ ଓଡିଶାର ବିଭିନ୍ନ ଅଂଚଳରୁ ଆଖିଧରା ରୋଗୀ ଆସି ଚିକିତ୍ସିତ ହେଉଛନ୍ତି ।

