ପୁଣି ଚିତା ମୃତ । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ପୁଣି ଆଉ ଏକ ଚିତା ବାଘର ମୃତ୍ୟୁ ହୋଇଛି ।ଗତ ୫ ମାସ ଭିତରେ ୭ଟି ଚିତାର ମୃତ୍ୟୁ ହେଲାଣି । ବାଘର ନାଁ ହେଲା ତେଜସ୍ । ତାର ବେକରେ କୌଣସି ଆଘାତ ଲାଗିଥିବାରୁ ତାର ମୃ୍ତ୍ୟୁ ହୋଇଥିବା ସୂଚନା । ଶବ ବ୍ୟବଚ୍ଛେଦ ପରେ ତେଜସର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଚିକିତ୍ସକମାନେ କହିଛନ୍ତି। ତା ଶରୀରରେ କ୍ଷତ କେମିତି ହେଲା, ସେ ନେଇ ତଦନ୍ତ ଜାରି ରହିଛି।

