ସାମାଜିକ ଓ ଅର୍ଥନୈତିକ ଗବେଷଣା ପ୍ରତିଷ୍ଠାନ (ଆଇଜର) ଏବଂ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର (ଆର୍ଏମ୍ଆର୍ସି)ର ମିଳିତ ସହଯୋଗରେ ବିଶ୍ଵ ଜନସଂଖ୍ୟା ଦିବସ ଉପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ସଭାରେ ଆଇଜର ସଭାପତି, ଅବସରପ୍ରାପ୍ତ ଉନ୍ନୟନ ଆୟୁକ୍ତ ଡ. ରବିନାରାୟଣ ସେନାପତି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥ୍ ଭାବେ ଆରଏମ୍ଆରସି ନିର୍ଦେଶିକା ଡ. ସଂଘମିତ୍ରା ପତି ଯୋଗ ଦେଇଥିଲେ।
ଓଡ଼ିଶା ଅର୍ଥନୀତି ପରିଷଦର ପ୍ରାକ୍ତନ ତଥା ଅଧୁନା କିଟ୍ ବିଶ୍ବବିଦ୍ୟାଳୟ ସାମାଜିକ ଓ ଅର୍ଥନୈତିକ ବିଭାଗରେ ଡିନ୍ ଭାବେ କାର୍ଯ୍ୟରତ ଡ. କେଶବାନନ୍ଦ ଦାସ, ରେଭେନ୍ସା ବିଶ୍ଵବିଦ୍ୟାଳୟ, ସମାଜ ବିଜ୍ଞାନର ପ୍ରାକ୍ତନ ପ୍ରଫେସର ଡ. ଅନୀତା ଦାଶ ଏବଂ ଆରଏମ୍ଆରସିର ବରିଷ୍ଠ ବୈଜ୍ଞାନିକ ଡ. ଅମରେନ୍ଦ୍ର ମହାପାତ୍ର ବିଶାରଦ ପ୍ରମୁଖ ଜନସଂଖ୍ୟା ଦିବସର ବୈଶିଷ୍ଟ୍ୟ, ଜାତୀୟ ବିକାଶ ଉପରେ ଜନସଂଖ୍ୟା ବୃଦ୍ଧିର ପ୍ରଭାବ ଏବଂ ପରିବର୍ତ୍ତିତ ଜନସଂଖ୍ୟା ପରିପ୍ରେକ୍ଷୀରେ ଯୁବ ସମ୍ପ୍ରଦାୟର ଜୀବିକା ସୁଯୋଗ ଉପରେ ଆଲୋକପାତ କରିଥିଲେ।
ଅନୁଷ୍ଠାନର ଉପସଭାପତି ଡ. ସରୋଜ ରଞ୍ଜନ ମାଣିଆ ସ୍ବାଗତ ଭାଷଣ ଦେବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଆଇଜର କୋଷାଧ୍ୟକ୍ଷ ଡ. ସିଦ୍ଧାର୍ଥ କାନୁନ୍ଗୋ ଧନ୍ୟବାଦ ଅର୍ପଣ କରିଥିଲେ।

