ପୁଣି ଖିଲାଡି ଅକ୍ଷୟ କୁମାର ଚର୍ଚ୍ଚାରେ । ତାଙ୍କର ଆଗାମୀ ଫିଲ୍ମ ଓଃ ମାଇ ଗଡ଼ ପାର୍ଟ ୨ ଫିଲ୍ମର ରିଲିଜ ଉପରେ ରୋକ ଲଗାଇଛନ୍ତି ସେନସର ବୋର୍ଡ । ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ଅଗଷ୍ଟରେ ୧୧ରେ ରିଲିଜ ହେବାକୁ ଯାଉଛି । ତାପୂର୍ବରୁ ଫିଲ୍ମକୁ ସେନସର ବୋର୍ଡ ବଡ଼ ଝଟକା ଦେଇଛି । ଫିଲ୍ମରେ ଡାଏଲଗକୁ ନେଇ ଆପତ୍ତି ଜଣାଇଛନ୍ତି ସେନସର ବୋର୍ଡ । ଏଥର କାହାଣୀରେ ଈଶ୍ବରଙ୍କ ଅସ୍ତିତ୍ବ ନୁହେଁ, ଈଶ୍ବରଙ୍କ ଉପରେ ଥିବା ଭକ୍ତର ବିଶ୍ବାସକୁ ଗୁରୁତ୍ବ ଦିଅଯାଇଛି । ଟିଜରରେ ପଙ୍କଜ ତ୍ରିପାଠୀଙ୍କୁ ଶିବଙ୍କ ବଡ଼ ଭକ୍ତ ଭାବେ ଦେଖିବାକୁ ମିଳିଛି ।

