ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅର୍ଥ ବହନ କରିବେ ରାଜ୍ୟ ସରକାର

୨୦୧୬ରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଲାଗୁ ହୋଇଥିବା ବେଳେ ପ୍ରତି ତିନି ବର୍ଷରେ ଥରେ ଖୋଲା ବିଡିଂ ପ୍ରକ୍ରିୟାରେ ନୂଆ ଇନସ୍ୟୁରାନ୍ସ କମ୍ପାନୀ ଚୟନ କରାଯାଇଥାଏ । ଏହି ଯୋଜନାରେ ଖରିଫ ପାଇଁ ଚାଷୀଙ୍କୁ ବିମା ରାଶିର ୨ ପ୍ରତିଶତ ପ୍ରିମିୟମ ଆକାରରେ ପ୍ରଦାନ କରିବାକୁ ପଡିଥାଏ ।

ରବି ପାଇଁ ଏହା ୧.୫ ପ୍ରତିଶତ ଏବଂ ଲାଭଦାୟକ ଫସଲ ପାଇଁ ୫ ପ୍ରତିଶତ ପ୍ରିମିୟମ ଦେବାକୁ ପଡିଥାଏ । ତେବେ ବର୍ତମାନ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ ଅର୍ଥ ବହନ କରିବେ ରାଜ୍ୟ ସରକାର ।

ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ୨୦୨୩ ଖରିଫ ଋତୁରୁ ୨୦୨୫-୨୬ ରବି ଋତୁ ପର୍ଯ୍ୟନ୍ତ ପଞ୍ଜୀକୃତ ଚାଷୀଙ୍କ ଫସଲ ବୀମାର ପ୍ରିମିୟମ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ପ୍ରଦାନ କରିବେ । ୨ ହେକ୍ଟର ପର୍ଯ୍ୟନ୍ତ ଚାଷ ଜମି ପାଇଁ ଚାଷୀଙ୍କୁ ପ୍ରିମିୟମ ଦେବାକୁ ପଡିବ ନାହିଁ ।

କେବଳ ପଞ୍ଜୀକରଣ ସମୟରେ ବ୍ୟାଙ୍କ ଖାତା ଭାଲିଡେଟ କରିବାକୁ ଟୋକନ ମନି ଭାବେ ମାତ୍ର ଏକ ଟଙ୍କା ଚାଷୀଙ୍କ ଆକାଉଣ୍ଟରୁ କଟିବ । ୨ ହେକ୍ଟର ଚାଷ ଜମିରୁ ଅଧିକ ଜମିର ଫସଲକୁ ବିମାଭୁକ୍ତ କରିବାକୁ ଆଗ୍ରହୀ ଚାଷୀ ବଳକା ଜମିର ପ୍ରିମିୟମ ନିଜେ ବହନ କରିବେ । ଏନେଇ ସମବାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!