ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ପ୍ରଚାର ପ୍ରସାର ସାଙ୍ଗକୁ ପୀଠର ଉନ୍ନତି ନେଇ ଆଲୋଚା ପରେ ସେଠାରେ ସାଧୁସନ୍ଥ ଓ ସ୍ଥାନୀୟ କନ୍ଧରାବାସୀ ଖୁସି ହେବା ସହ 5T ସଚିବଙ୍କୁ ସନ୍ଥକବି ଭୀମ ଭୋଇଙ୍କ ଏକ ତୈଳଚିତ୍ର ପ୍ରଦାନ କରିଥିଲେ।
କନ୍ଧରାରେ ଭୀମ ଭୋଇଙ୍କ ସ୍ମୃତୀ ପୀଠ ରହିଥିବାବେଳେ ସେଠାରେ ପହଂଚି ସ୍ମୃତି ପୀଠ ପରିଦର୍ଶନ କରିଛନ୍ତି 5T ସଚିବ।
ଖାସ କରି ସନ୍ଥ କବି ଭୀମଭୋଇ କନ୍ଧରାସ୍ଥିତ କୂଅରେ ଦିବ୍ୟଜ୍ଞାନ ପାଇଥିବାବେଳେ ସେହି କୂଅ ଦର୍ଶନ କରିବା ସହ ଭୀମ ଭୋଇଙ୍କ ଜୀବନୀକୁ ସମସ୍ତେ ଜାଣିବା ଓ ପଢିବା ଉଚିତ୍ ବୋଲି କହିଛନ୍ତି 5T ସଚିବ। ତେବେ ଏହି ସମୟରେ କନ୍ଧରା ପୀଠର ମଧ୍ୟ ଉନ୍ନତିକରଣ କରାଯିବ ବୋଲି 5T ସଚିବ କହିଛନ୍ତି।

