କାଲିଫର୍ନିଆ ୟୁନିଭରସିଟି ସହ ଓଡ଼ିଶାର ଏମ୍‌ଓୟୁ

ଓଡ଼ିଶା ପ୍ରତିନିଧିମଣ୍ଡଳୀ ସିଲିକନ ଭ୍ୟାଲି ଗସ୍ତ କରି ସେଠାରେ ବିଭିନ୍ନ ସଙ୍ଗଠନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ପ୍ରତିନିଧିମଣ୍ଡଳୀ କାଲିଫର୍ନିଆ ୟୁନିଭରସିଟି ଗସ୍ତ କରିବା ସହ ସେଠାରେ ଫିସରସେଣ୍ଟର ଫର୍ ବିଜ୍ନେସ ଆନାଲିଟିକ୍ସର ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଗଉଥିର ଭାସେୟୁର, ହାସ ସ୍କୁଲ ଅଫ୍ ବିଜ୍ନେସର ଆକ୍ଟିଂ ଡିନ୍ ଡନ୍ ମୋରେ ଏବଂ ୟୁନିଭରସିଟିର ଅନ୍ୟ ଖ୍ୟାତିସମ୍ପନ୍ନ ବିଭାଗୀୟ ମୁଖ୍ୟମାନଙ୍କୁ ସାକ୍ଷାତ କରିଥିଲେ।

ସେଠାରେ ୟୁସି ବାର୍କେଲଙ୍କ ସହ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର(ଏମ୍ଓୟୁ) ସ୍ବାକ୍ଷର କରାଯାଇଛି। ଉଭୟ ଗବେଷଣା ପ୍ରକଳ୍ପ ଉପରେ କାମ କରିବା ସହିତ ଯୁଗ୍ମ ଭାବେ କନ୍ଫରେନ୍ସ ଓ କର୍ମଶାଳା ଆୟୋଜନ କରିବା ସହ ମିଳିତ ଭାବେ ତାଲିମ କର୍ମଶାଳାର ଆୟୋଜନ କରିବେ। ଏଥିଯୋଗୁ ପ୍ରାୟ ୧ ହଜାର ଗବେଷକଙ୍କୁ ପ୍ରଶିକ୍ଷଣ ଦିଆଯିବ।

ଏଥିସହିତ ମିଳିତ ଭାବେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଅନୁଷ୍ଠିତ ହେବ। ଏହା ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସମ୍ଭାବନା ରହିଛି। ଏହି ଅବସରରେ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଆଗାମୀ ଦିନରେ ଉକ୍ତ ଏମ୍ଓୟୁ ଉଭୟ ମଧ୍ୟରେ ଜ୍ଞାନର ସହଭାଗିତା ବୃଦ୍ଧି ପାଇବା ସହ ଗବେଷଣା କ୍ଷେତ୍ରକୁ ତ୍ୱରାନ୍ବିତ କରିବ। ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି,

ଏହି ଅଂଶୀଦାର ଫଳରେ ଓଡ଼ିଶାରେ ଗବେଷଣା କ୍ଷେତ୍ର ଆହୁରି ବିକଶିତ ହୋଇପାରିବ। ୫-ଟି ସଚିବ ଭି. କେ. ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ହେଉଥିବା ରୂପାନ୍ତର ବିଷୟରେ ଆଲୋକପାତ କରିଥିଲେ। ଏହାପରେ ପ୍ରତିନିଧିମଣ୍ଡଳୀ ଫ୍ରୋଷ୍ଟ ଆଣ୍ଡ୍ ସୁଲିଭାନ ଚେୟାରମ୍ୟାନ ଡେପିଭ ଫ୍ରିଗଷ୍ଟାଡ୍ଙ୍କୁ ସାକ୍ଷାତ୍ କରିଥିଲେ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!