ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଏଏସ୍‌ଆଇ

ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନାର ଏଏସ୍‌ଆଇ ନବୀନ କୁମାର ଶତପଥୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଜଣାପଡ଼ିଛି।

ମିଳିଥିବା ସୂଚନାନୁଯାୟୀ, କିଆକଟା ଥାନା କନ୍ଧପଡ଼ା ପଞ୍ଚାୟତ ଅଧୀନ ବେଲାଦୁଲା ଗ୍ରାମର ପଞ୍ଚାନନ ମେହେର ନାମକ ଜଣେ ବ୍ୟକ୍ତିଙ୍କଠାରୁ ବ୍ୟବସାୟିକ କଳହକୁ ଦଫାରଫା କରିବା ପାଇଁ ପୂର୍ବରୁ ୨ ହଜାର ଟଙ୍କା ନେଇଥିବା ବେଳେ ବୁଧବାର ୧୫ ହଜାର ଟଙ୍କା ମାଗିଥିଲେ କିନ୍ତୁ ସଂପୃକ୍ତ ବ୍ୟକ୍ତି ଆଜି ୮୦୦୦ଟଙ୍କା ଦେଉଥିବା ବେଳେ ଆଗରୁ ସୂଚନା ପାଇ ଜଗି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ମାଡ଼ି ବସିଥିଲା। ଏହାପରେ ଏଏସ୍‌ଆଇ ଶ୍ରୀ ଶତପଥୀଙ୍କୁ କିଆକଟା ଥାନାକୁ ଆଣି ଭିଜିଲାନ୍ସ ଟିମ୍‌ ପଚରାଉଚରା କରୁଥିବା ଜଣାଯାଇଛି। କଥାରେ ଅଛି ବାଡ଼ ଯଦି ଫସଲ ଖାଏ ତେବେ କାହାକୁ କୁହାଯିବ। ପୋଲିସ ଯଦି ଏପରି କାର୍ଯ୍ୟରେ ସଂପୃକ୍ତ ରୁହେ ତା’ହେଲେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!