ଅଭିଯୋଗ ନଶୁଣିବାରୁ ଛାଡିଦେଲେ ସାପ

ଶୁଣିଲେନି ଅଭିଯୋଗ, ଛାଡିଦେଲେ ସାପ । ଏମିତି ଏକ ଘଟଣା ବିଷୟରେ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ,କିନ୍ତୁ ଏହା ସତ । ଘଟଣାଟି ଘଟିଛି ହାଇଦ୍ରାବାଦ ମ୍ୟୁନିସପାଲଟି କର୍ପୋରେସନ ଅଫିସରେ । ମ୍ୟୁନିସପାଲଟି ଅଧୀନ ଅଲଓ୍ଵାଲ ଓ୍ଵାର୍ଡରେ ସମ୍ପତ୍ତ କୁମାର ଘରେ ସାପ ପଶିଯାଇଥିଲା । ସାପକୁ ଘରୁ ବାହାର କରିବାକୁ ବ୍ୟକ୍ତି ଜଣକ ମ୍ୟୁନିସପାଲଟି ଅଫିସକୁ ବାରମ୍ବାର ଜଣାଇଲେ । ହେଲେ ସେଠାରୁ କୌଣସି କର୍ମଚାରୀ ଆସିବା ତ ଦୂରର କଥା କେହି ଅଭିଯୋଗର ଉତ୍ତର ମଧ୍ୟ ଦେଇନଥିଲେ ।ଫଳରେ ବ୍ୟକ୍ତି ଜଣକ ସାପଟିକୁ ଅନ୍ୟ ଲୋକଙ୍କ ସହାୟତାରେ ଧରିଥିଲେ । ଓ ହାଇଦ୍ରାବାଦ ମ୍ୟୁନିସପାଲଟି କର୍ପୋରେସନ ଅଫିସକୁ ଯାଇଥିଲେ । ସେଠାରେ ବାବୁଙ୍କ ଟେବୁଲରେ ସାପଟିକୁ ଛାଡି ଦେଇଥିଲେ । ସାପଟିକୁ ଦେଖି ଅଫିସର ସବୁ କର୍ମଚାରୀ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!