ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଚାଲିଛି ଶୁଣାଣି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ କରୁଛନ୍ତି ଶୁଣାଣି । ସୁ୍ପ୍ରିମକୋର୍ଟ କହିଛନ୍ତି ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ସଂସଦର ଅଧିକାର। ସମଲିଙ୍ଗୀଙ୍କ ପାଇଁ ଉଚିତ ପଦକ୍ଷେପ ନେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେ୍ଦେଶ ଦେଇଛନ୍ତି ଅଦାଲତ। ସାଥି ବାଛିବା ଏବଂ ସେହି ସାଥୀଙ୍କ ସହ ଜୀବନ ଅତିବାହିତ କରିବାର କ୍ଷମତା ଜୀବନ ଏବଂ ସ୍ବାଧୀନତା ଅଧିକାର ମଧ୍ୟରେ ଆସୁଅଛି ।

