ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବୋମା, ହାଇ ଆଲର୍ଟ ଜାରି

ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ପୋଲିସ କଣ୍ଟ୍ରୋଲ ରୁମକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଏକ ବୋମା ଥିବା ନେଇ ଜଣେ ବ୍ୟକ୍ତି ଫୋନ୍‌ କରି ସୂଚନା ଦେଇଥିଲେ।

ଏହାପରେ ସୁରକ୍ଷା ଦୃଷ୍ଟିରୁ ସତର୍କତା ଅବଲମ୍ବନ କରାଯାଇଥିଲା। କିନ୍ତୁ କିଛି ମିଳିଲା ନାହିଁ ବୋଲି ଡିସିପି ସେଣ୍ଟ୍ରାଲ କହିଛନ୍ତି।

ତେବେ ସୁରକ୍ଷା ଦୃଷ୍ଟିରୁ ଆଖପାଖର ସମସ୍ତ ଅଞ୍ଚଳରେ ଯାଞ୍ଚ କରାଯାଉଥିବା ବେଳେ ସୂଚନା ଦେଇଥିବା ଅଜ୍ଞାତ ବ୍ୟକ୍ତିଙ୍କୁ ମଧ୍ୟ ଖୋଜୁଛି ପୋଲିସ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ବାସଭବନ ବାହାରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Post Views71 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!