୭.୩୦ରୁ ପୂଜା, ସେଙ୍ଗୋଲ ସ୍ଥାପନ ସହ ୨.୩୦ରେ ସରିବ ନୂତନ ସଂସଦ ଭବନର ଉଦଘାଟନୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ ୨୬/୦୫; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ନୂତନ ସଂସଦ ଭବନର ଉଦଘାଟନ କରିବେ। ଏହି ଉଦ୍ଘାଟନୀ ଉତ୍ସବରେ ପୂଜା, ସେଙ୍ଗୋଲ୍ ସ୍ଥାପନ, ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ ସହ ଏକ ମୁଦ୍ରା ଏବଂ ଷ୍ଟାମ୍ପ୍ ରିଲିଜ୍ ହେବାକୁ ଯାଉଛି। କଂଗ୍ରେସ, ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଏବଂ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସମେତ ୨୦ ଟି ବିରୋଧୀ ଦଳ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତୁ ନଜର ପକାଇବା ଏହି ଦିନର କାର୍ଯ୍ୟକ୍ରମ ଉପରେ।
-ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ସକାଳ ୭.୩୦ରୁ ଆରମ୍ଭ ହେବ। ୭.୩୦ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ହୋମ ଜଜ୍ଞ ସହ ପୂଜା କରାଯିବ। ଏହି ସମୟରେ ସେଠାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ଉପସ୍ଥିତ ରହିବେ।
– ପୂଜା ପରେ ସେଙ୍ଗୋଲ ସ୍ଥାପନ ହେବ। ସକାଳ ୮.୩୦ ରୁ ୯ ଟା ମଧ୍ୟରେ ଏହାର ସ୍ଥାପନା କରାଯିବ। ନୂତନ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ପାଖରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାପନା କରିବେ। ଏହାପରେ ତାମିଲନାଡୁର ପୁରୋହିତ ସେଙ୍ଗୋଲ୍ ନିର୍ମାଣ ଦାୟିତ୍ବରେ ଥିବା ବ୍ୟକ୍ତି ଏବଂ କାରିଗରଙ୍କୁ ସମ୍ମାନିତ କରାଯିବ।
-ସକାଳ ୯.୩୦ ରେ ଶଙ୍କରାଚାର୍ଯ୍ୟ, ପଣ୍ଡିତ, ସାଧୁମାନଙ୍କ ସହ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ ।
– କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଦିନ ୧୨ଟାରେ ଜାତୀୟ ସଂଗୀତ ଗାନ ହେବ। ଏହି ଅବସରରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।
-ଏହାପରେ ରାଜ୍ୟସଭାର ଡେପୁଟି ଚେୟାରମ୍ୟାନ୍ ସ୍ୱାଗତ ଭାଷଣ ଦେବେ। ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତିଙ୍କ ବାର୍ତ୍ତା ମଧ୍ୟ ଏହି ସମୟରେ ରହିବ।
– ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାରଗେ ଏହି ସମାବେଶକୁ ସମ୍ବୋଧିତ କରିବେ।
– ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଏକ ଅଭିଭାଷଣ ପ୍ରଦାନ କରିବେ ଏବଂ ଏହି କାର୍ଯ୍ୟକ୍ରମରେ ଏକ ସ୍ମରଣୀୟ ମୁଦ୍ରା ଏବଂ ଷ୍ଟାମ୍ପ ପ୍ରକାଶ ପାଇବ।
– ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨.୩୦ ରେ ଅଭିଭାଷଣ ଦ୍ବାରା କାର୍ଯ୍ୟକ୍ରମର ସମାପନ କରିବେ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!