() ସତ୍ୟେନ୍ଦ୍ର ଜୈନଙ୍କୁ ଅନ୍ତରୀଣ ଜାମିନ। ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୬ସପ୍ତାହ ପାଇଁ ବେଲ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅସୁସ୍ଥତା ଯୋଗୁ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ । ବିନା ଅନୁମତିରେ ସେ ଦିଲ୍ଲୀ ବାହାରକୁ ଯାଇପାରିବେ ନାହିଁ । ଏବଂ ମିଡିଆରେ କୌଣସି ବିବୃତ୍ତି ନରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମନିଲଣ୍ଡରିଂ କେସରେ ଜୈନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଗତକାଲି ଜେଲ ଓ୍ବାସରୁମରେ ପଡ଼ି ଆହତ ହୋଇଥିଲେ ଜୈନ । ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ଯୋଗୁ ଦିଲ୍ଲୀର LNJP ହସ୍ପିଟାଲରେ ICUରେ ଭର୍ତ୍ତି କରାଯାଇଛି । ୨୦୨୨ ମେ ମାସରୁ ତିହାର ଜେଲରେ ଥିଲେ ସତ୍ୟେନ୍ଦ୍ର ଜୈନ ।…
Related Posts
ମେଳା ଆୟୋଜନ ପାଇଁ ୟୁପି ସରକାର ୭ ହଜାର କୋଟି ଟଙ୍କା ବଜେଟ୍
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ସଙ୍ଗମସ୍ଥଳରେ ବୁଡ଼ ପକାଇବା ପାଇଁ କୋଟି କୋଟି ଶ୍ରଦ୍ଧାଳୁ ଏକାଠି…
ପାହାଡ଼ ଉପରୁ ପଡ଼ି ୨୪ ବର୍ଷୀୟ ମହିଳାଙ୍କ ମୃତ୍ୟୁ
ପାହାଡ଼ ଉପରୁ ପଡ଼ି ୨୪ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ ଯେତେବେଳେ ସେ ମାଙ୍କଡ଼ମାନଙ୍କୁ ଫଳ ଖାଇବାକୁ…
ଆଜି ହେବ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା
ଭାରତୀୟ ନିର୍ବାଚନ କମିସନ ଆଜି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା…

