ମୁମ୍ବାଇର ୱେଙ୍ଖେଡେରେ ମହାମୁକାବିଲା

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ ଦ୍ବାରା ପରିଚାଳିତ ଟି୨୦ ବିଶ୍ବକପ୍‌-୨୦୨୬ର ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଆଜି ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ମୁମ୍ବାଇର ୱେଙ୍ଖେଡେ ଷ୍ଟାଡିୟମରେ ହୋଇଥିବା ଏହି ମୁକାବିଲା ଫାଇନାଲ ଟିକେଟ୍‌ ପାଇଁ ହୋଇଛି। ଆଜିର ବିଜେତା ଦୁଇ ଦିନ ପରେ ଅର୍ଥାତ ଆସନ୍ତା ୮ ତାରିଖ ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ସେମିଫାଇନାଲ ମ୍ୟାଚରେ ପରାସ୍ତ କରିଥିବା ନ୍ୟୁଜିଲାଣ୍ଡକୁ ଭେଟିବ। ଏହି କାରଣରୁ ମାୟା ନଗରୀ ମୁମ୍ବାଇରେ ସୂର୍ଯ୍ୟକୁମାରଙ୍କ ବାହିନୀ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ରଣନୀତି ପ୍ରସ୍ତୁତ କରିଛି। ଟସ୍‌ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି।

ଭାରତୀୟ ଟିମ୍‌କୁ ଟି୨୦ ବିଶ୍ବକପ୍‌ରେ ଖେଳିଥିବା ୫ଟି ମ୍ୟାଚ୍‌ ମଧ୍ୟରୁ ୩ଟିରେ ବିଜୟ ମିଳିଛି। ଟିମ୍‌କୁ ୨୦୧୬ରେ ୱେଷ୍ଟଇଣ୍ଡିଜ ଏବଂ ୨୦୨୨ରେ ଇଂଲଣ୍ଡ ଠାରୁ ପରାଜୟ ମିଳିଥିଲା। ଟିମ୍‌ ତିନି ଥର ଫାଇନାଲରେ ପହଞ୍ଚି ୨ଥର ଚାମ୍ପିଅନ ହୋଇଥିଲା। ୨୦୦୭ରେ ପାକିସ୍ତାନ ଏବଂ ୨୦୨୪ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟ୍ରଫି ଜିତିଥିଲା। କିନ୍ତୁ ୨୦୧୪ରେ ଭାରତକୁ ଫାଇନାଲରେ ଶ୍ରୀଲଙ୍କା ଠାରୁ ପରାସ୍ତ ହେବାକୁ ପଡ଼ିଥିଲା।

Post Views22 Total Count

Apply Now


This will close in 0 seconds

error: Content is protected !!