ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ ଦୁଇ ତୃତୀୟାଂଶ ଦୂର ଅତିକ୍ରମ କରିସାରିଲାଣି । ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ଉତକ୍ଷେପଣ କରାଯାଇଥିବା ବେଳେ ୨୨ତମ ଦିନରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରୟାନ-୩ । ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ସଫ୍ଟଲ୍ୟାଣ୍ଡିଂ କରିବା ଆଶା ରହିଛି । ଗତ ୩ ସପ୍ତାହ ଧରି ଇସ୍ରୋ ପକ୍ଷରୁ ୫ ଥର ଅର୍ବିଟାଲ ଆଡଜଷ୍ଟମେଣ୍ଟ କରାଯାଇଛି । ଏହି ସ୍ପେସକ୍ରାଫ୍ଟରେ ବହୁ ଇଲେକ୍ଟ୍ରୋନିକ ଓ ମେକାନିକାଲ ସବସିଷ୍ଟମ ଖଞ୍ଜାଯାଇଥିବା ବେଳେ ନିରାପଦ ଲ୍ୟାଣ୍ଡିଂ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ନାଭିଗେସନ ସେନସର, ପ୍ରପଲସନ ସିଷ୍ଟମ, ଗାଇଡାନ୍ସ ବ୍ୟବସ୍ଥା ବି ଏଥିରେ ରହିଛି ।
Related Posts
ମୋଦିଙ୍କ ଜନ୍ମଦିନରେ ଫୋନ୍ କରି କଥା ହେଲେ ଟ୍ରମ୍ପ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜନ୍ମଦିନ ଅବସରରେ ମୋଦୀଙ୍କୁ ଶୁଭେଚ୍ଛା…
ବାଇଜୁସ୍ ପ୍ରତିଷ୍ଠାତା ବାଈଜୁ ରବୀନ୍ଦ୍ରନଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ
ବୁଧବାର ଭାରତର ସବୁଠାରୁ ବଡ଼ ଏଡଟେକ୍ ଷ୍ଟାର୍ଟଅପ୍ କମ୍ପାନୀ ”ବାଇଜୁସ୍”ର ପ୍ରତିଷ୍ଠାତା ବାଈଜୁ ରବୀନ୍ଦ୍ରନଙ୍କୁ ସିଙ୍ଗାପୁରର ଏକ ଅଦାଲତ ୬…
ଦେଶବ୍ୟାପୀ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ପ୍ରତିବାଦରେ ଆଜି ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଛି ଭାରତୀୟ…

