ଅକ୍ଟୋବରରୁ ଅନ୍‌ଲାଇନ୍‌ରେ ପେନ୍‌ସନ୍ ଆବେଦନ ବାଧ୍ୟତାମୂଳକ

ଅକ୍ଟୋବର ୧ରୁ ଅନ୍ଲାଇନ୍ରେ ପେନ୍ସନ୍ ଆବେଦନ ବାଧ୍ୟତାମୂଳକ ହେବ। ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଏହି ସୂଚନା ଦେଇଛନ୍ତି। ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଓ ଅର୍ଥ ବିଭାଗର ମିଳିତ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ବିତ୍ତୀୟ ପରାମର୍ଶଦାତା ଓ ଅତିରିକ୍ତ ପରାମର୍ଶଦାତାମାନଙ୍କ ବିତ୍ତୀୟ କର୍ମଶାଳାକୁ ସମ୍ବୋଧିତ କରିବା ଅବସରରେ ସେ ଏହି ସୂଚନା ଦେଇଛନ୍ତି।

ବକେୟା ପରିଶୋଧ ପ୍ରମାଣପତ୍ର ଠିକ୍ ସମୟରେ ପଇଠ କରାଯାଉନଥିବା ଏବଂ ବହୁ ଆବେଦନକାରୀଙ୍କ ଗ୍ରାଚୁଇଟି ଠିକ୍ ସମୟରେ ଦିଆଯାଉନଥିବାରୁ ସେ ଉଦ୍ବେଗ ପ୍ରକାଶ କରିଥିଲେ। ମହାଲେଖାକାର କାର୍ଯ୍ୟାଳୟକୁ ଆସୁଥିବା ପେନସନ ଓ ଭବିଷ୍ୟନିଧି ଆବେଦନ ଉପରେ ମାସେ ମଧ୍ୟରେ ତୁରନ୍ତ ଫଇସଲା କରାଯାଉଛି ବୋଲି ସେ କହିଥିଲେ।

ଏହି ଅବସରରେ ପ୍ରଧାନ ମହାଲେଖାକାର ଅଡିଟ ରାଜକୁମାର, ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ, ବଜେଟ ନିର୍ଦ୍ଦେଶକ ଏସ ପି ରଥ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ସହକାରୀ ଲେଖା ଅଧିକାରୀ ଅଶୋକ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରଥିଲେ। ଏହି କର୍ମଶାଳାରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ୬୬ ବିତ୍ତୀୟ ପରାମର୍ଶଦାତା ଯୋଗ ଦେଇଥିଲେ।

ସେପ୍ଟେମ୍ବର ୧୫ ସୁଦ୍ଧା କର୍ମଚାରୀମାନଙ୍କ ଇ-ସେବା ପୁସ୍ତିକା ପ୍ରସ୍ତୁତ କରିବାକୁ ସେ ବିଭିନ୍ନ ବିଭାଗର ପେନ୍ସନ୍ ମଞ୍ଜୁର କର୍ତ୍ତାମାନଙ୍କୁ ଅନୁରୋଧ କରିଛନ୍ତି। ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଅଡିଟର୍ମାନେ କେବଳ ଅଡିଟ୍ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମିରେ ଅନୁଷ୍ଠିତ ଏହି କର୍ମଶାଳାରେ ଯୋଗ ଦେଇ ବଜେଟ ସମ୍ବନ୍ଧୀୟ ଖର୍ଚ୍ଚର ହିସାବ ଠିକ ସମୟରେ ଏଜି କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ପଦକ୍ଷେପ ନେବାକୁ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ବିତ୍ତୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!