ରେକର୍ଡ ପରିମାଣର କୋଇଲା ଉତ୍ପାଦନ କରି ଓସିପିଏଲ୍ ସଫଳତା

ଓଡ଼ିଶା କୋଲ୍ ଆଣ୍ଡ୍ ପାୱାର ଲିମିଟେଡ୍ ରେକର୍ଡ ପରିମାଣର କୋଇଲା ଉତ୍ପାଦନକରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଓସିପିଏଲ୍ ଯୋଗୁ ଓପିଜିସି ରାଜ୍ୟର ୩୦% ପାଓ୍ବାର ରିକ୍ୱାରମେଣ୍ଟକୁ ପୂରଣ କରିପାରୁଛି।

କୋଇଲାସ୍ତର ମଧ୍ୟରେ ଉପଲବ୍ଧ ଅନ୍ ଗ୍ରେଡେଡ୍ କାର୍ବନିୟସ ସେଲ୍କୁ ଓଭରବର୍ଡନ ଡମ୍ପରେ ଫିଙ୍ଗି ନ ଦିଆଯାଇ କିଛି ମାତ୍ରାରେ ଜି-୧୪ କୋଇଲର ମିଶ୍ରଣକରି ଏହାର ମାନକୁ ଜି-୧୭ରେ ପରିଣତ କରିବାରେ ଓସିପିଏଲ୍ ସକ୍ଷମ ହୋଇପାରିଛି, ଯାହାର ଲାବରେଟୋରି ବିଶ୍ଳେଷଣ ତଥା ପ୍ରମାଣପତ୍ର ରାଜ୍ୟ ସରକାରଙ୍କ ଇସ୍ପାତ ଏବଂ ଖଣି ବିଭାଗ ଦ୍ୱାରା ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାର ଏବଂ ଓପିଜିସି ଦ୍ବାରା ପରିଚାଳିତ ଓସିପିଏଲ୍ ରାଜ୍ୟର ପ୍ରମୁଖ କୋଇଲା ଖନନ ସଂସ୍ଥା ଭାବେ ବେଶ୍ ପରିଚିତ। ଏପରିକି ଦେଶର ଘୋର କୋଇଲା ସଙ୍କଟ ସମୟରେ ଓସିପିଏଲ୍ ତା’ର ଶେଷ ବ୍ୟବହୃତ ପ୍ଲାଣ୍ଟ ଓପିଜିସି (ୟୁନିଟ୍ ୩ ଏବଂ ୪ ) ଏବଂ ଅନ୍ୟାନ୍ୟ ଥର୍ମା ପାୱାର ପ୍ଲାଣ୍ଟ୍କୁ ଉତ୍ତମ ମାନର କୋଇଲା ଯୋଗାଇଛି। ଗତ୨ବର୍ଷ ମଧ୍ୟରେ ଓସିପିଏଲ୍ର ବୈଷୟିକ ଜ୍ଞାନକୌଶଳ ଯୋଗୁ ଓପିଜିସିକୁ ହାରାହାରି ୨୦% ନିମ୍ନ ଦରରେ ଜିସିଭି ବେସ୍ଡ ଲାଣ୍ଡେଡ କୋଲ୍ କୋଷ୍ଟରେ କୋଇଲା ଯୋଗାଉଛି।

ଓସିପିଏଲ୍ ସ୍ବ ଅର୍ଜିତ ଲାଭାଂଶରୁ ପ୍ରାୟ ୫୦%ଋଣ ପରିଶୋଧ କରିବାରେ ସକ୍ଷମ ହୋଇପାରିଛି। ଏଥିଯୋଗୁ ଓପିଜିସି ପାଇଁ ଆକଳନ କରାଯାଉଥିବା ଇନ୍ପୁଟ ପ୍ରାଇସର ଫାଇନାନ୍ସ କମ୍ପୋନେଟ ପ୍ରାୟ ୫୭% କମିଯିବ ବୋଲି ଆକଳନ କରାଯାଉଛି। ସେହିଭଳି ଓସିପିଏଲ୍ର ପିକ୍ ରେଟେଡେ୍ କାପାସିଟି ୨୦୨୫-୨୬ ଆର୍ଥକ ବର୍ଷରେ ୧୬ ମିଲିଅନ୍ ଟନ୍ ହେବା ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି ପୂର୍ଣ୍ଣ କ୍ଷମତାସମ୍ପନ୍ନ ହେବା ପରେ ଓପିଜିସିର ଇନ୍ପୁଟ କୋଲ କୋଷ୍ଟ ଆଶାତୀତ ଭାବେ ହ୍ରାସ କରିବା ସମ୍ଭାବନା ରହିଛି। ବିଶେଷକରି ଓସିପିଏଲ୍ ଉତ୍ତମ ମାନର ଏବଂ ପର୍ଯ୍ୟାପ୍ତ ମାତ୍ରାରେ କୋଇଲା ଯୋଗାଣ କରୁଛି।

Post Views39 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!