କର୍ମଚାରୀଙ୍କ କଲ୍ୟାଣ ପାଇଁ ୬୦୦୦ କୋଟି ଦାନ

ଫାଇନାନ୍ସ ଜଗତର ପରିଚିତ ନାମ ଶ୍ରୀରାମ ଗ୍ରୁପ୍କୁ ପ୍ରତିଷ୍ଠା କରିଥିବା ଆର୍ ତ୍ୟାଗରାଜନ ନିଜ ସମ୍ପତ୍ତିରୁ ୬୦୦୦ କୋଟି ଟଙ୍କା ଦାନ କରିଛନ୍ତି।

୧୯୭୪ରେ ସେ ଶ୍ରୀରାମ ଗ୍ରୁପ୍କୁ ସ୍ଥାପନ କରିଥିଲେ ଯାହା ଏବେ ୯୦ ହଜାର କୋଟି ଟଙ୍କା କଂପାନିରେ ପରିଣତ ହୋଇଛି। ଗରିବ ଲୋକଙ୍କୁ ଋଣ ଦେବା ସମାଜବାଦ ବୋଲି ତାଙ୍କର ବିଶ୍ବାସ ରହିଛି। ତାଙ୍କ ସଂସ୍ଥାରେ ଏକ ଲକ୍ଷ ଆଠ ହଜାର ଲୋକ କାମ କରୁଛନ୍ତି।

ତାମିଲନାଡ଼ୁର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଥିବା ତ୍ୟାଗରାଜନ ଗଣିତରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ୧୯୬୧ରେ ନିଉ ଇଣ୍ଡିଆ ଆସ୍ୟୁରାନ୍ସ କଂପାନିରୁ ସେ ଚାକିରି ଜୀବନ ଆରମ୍ଭ କରିଥିଲେ। ୩୭ ବର୍ଷ ବୟସରେ ସେ ନିଜେ ଉଦ୍ୟୋଗୀ ହେବାକୁ ଚାହିଥିଲେ। ତାଙ୍କ ସଂସ୍ଥା ଅଧୀନରେ ଏବେ ୩୦ଟି କଂପାନି ପରିଚାଳିତ ହେଉଛି।
ଏକ ଛୋଟ ଘର ଓ କାର୍ ବ୍ୟତୀତ ତାଙ୍କ ପାଖରେ ସେ ବିଶେଷ କିଛି ସମ୍ପତ୍ତି ରଖିନାହାନ୍ତି। ତେବେ କେଉଁ ସମୟରେ ସେ ଏହି ଦାନ କରିଥିଲେ ତାହା ଜଣାଇନାହାନ୍ତି। ଶ୍ରୀରାମ ଓନରସିପ୍ ଟ୍ରଷ୍ଟ୍କୁ ସେ ସମ୍ପତ୍ତି ଦାନ କରିଛନ୍ତି। ସେହି ଟ୍ରଷ୍ଟ୍ କର୍ମଚାରୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି।

ବ୍ଲୁମ୍ବର୍ଗ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଜୀବନରେ ସଂଘର୍ଷ କରୁଥିବା ଲୋକମାନଙ୍କ ସମସ୍ୟା ଦୂର କରିବାକୁ ମୁଁ ଚାହୁଛି। ଋଣର କୌଣସି ଇତିହାସ ନଥିବା ଏବଂ ନିୟମିତ ଆୟ କରୁନଥିବା ଲୋକଙ୍କୁ ଋଣ ଦେଲେ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ମୁଁ ପ୍ରମାଣ କରିବା ଲାଗି ଫାଇନାନ୍ସ କାରବାରରେ ପ୍ରବେଶ କରିଛି । ଶ୍ରୀରାମ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ତ୍ୟାଗରାଜନ ନିରାଡ଼ମ୍ବର ଜୀବନଯାପନ କରୁଛନ୍ତି। ଏକ ଛୋଟ ଘରେ ସେ ରହୁଛନ୍ତି। ନିଜେ ଫୋନ୍ ଧରନ୍ତି ନାହିଁ। ସେ ଭାବୁଛନ୍ତି ଯେ ଫୋନ୍ ଧ୍ୟାନ ଭଙ୍ଗ କରେ।

Post Views55 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!