ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବୋମା ଆତଙ୍କ

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗୁରୁବାର ବୋମା ଆତଙ୍କ ଖେଳିଯାଇଛି। ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ ଆସିବା ପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଧମକପୂର୍ଣ୍ଣ କଲ ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ କରାଯିବା ସହ ବିମାନ ବନ୍ଦରରେ କଡ଼ାକଡି ଯାଞ୍ଚ କରାଯାଉଛି।

ଏନେଇ ଭୁବନେଶ୍ବର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ବୋମା ଥିବା ନେଇ ଏକ ହୋକ୍ସ କଲ ରିସିଭ ହୋଇଥିଲା। ଏୟାର ଆକାଶ ବିମାନରେ ବୋମା ଥିବା ସୂଚନା ଆସିଥିଲା। ଏକ୍ସ ଜରିଆରେ ଏମିତି ଏକ ସୂଚନା ପହଞ୍ଚିଥିଲା। ଏନେଇ ଏସଓପି ଫଲୋ କରି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି।

ସୂଚନାଯୋଗ୍ୟ, ସପ୍ତାହେରୁ ଊର୍ଦ୍ଧ୍ୱ ସମୟ ଧରି ଭାରତୀୟ ବିମାନ ଚଳାଚଳ କମ୍ପାନୀର ଫ୍ଲାଇଟ୍‌ଗୁଡ଼ିକୁ ବୋମାରେ ଉଡ଼ାଇଦେବାକୁ ଧମକ ଆସୁଥିବାରୁ ଦେଶରେ ବିମାନ ସେବା ପ୍ରଭାବିତ ହୋଇଛି। ଏଥିଯୋଗୁ ଏୟାରଲାଇନ୍ସଗୁଡ଼ିକୁ ବହୁ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି। ଏଭଳି ସମୟରେ ରବିବାର ଦିଲ୍ଲୀର ରୋହିଣୀସ୍ଥିତ ଏକ ସ୍କୁଲ ନିକଟରେ ବିସ୍ଫୋରଣ ଘଟିବା ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ବାରମ୍ବାର ଏଭଳି ଧମକ ସତ୍ତ୍ୱେ ଧମକଦାତାଙ୍କୁ ପୋଲିସ ଧରି ନ ପାରିବା ଚିନ୍ତାର ବିଷୟ ହୋଇଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!