ଚମ୍ପୁଆ ମୋ ମା’

କ୍ୟାନସରକୁ ସାଥିରେ ନେଇ ଚାଲୁଛନ୍ତି, ଜନସେବାକୁ ବ୍ରତ କରିଛନ୍ତି। ଲୋକଙ୍କ ସୁଖଦୁଃଖ ତାଙ୍କ‌ ପାଇଁ ସର୍ବୋପରି । ଲୋକଙ୍କ ସେବା ପାଇଁ ରାଜନୀତିରେ ପାଦ ଦେଇଛନ୍ତି । ଜନତାଙ୍କଠୁ ଭଲପାଇବା ପାଇଛନ୍ତି ପ୍ରତିବଦଳରେ ସେମାନଙ୍କ ଭଲପାଇବାକୁ ଭରସାରେ ରୂପାନ୍ତରିତ କରିଛନ୍ତି । ସେବା ସମର୍ପଣରକୁ ସାଥୀରେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ବାଟ ଚାଲୁଥିବା ନେତା ଗିରିଜା ଶଙ୍କର ସାହୁ। ଚମ୍ପୁଆର ଚେୟାୟମ୍ୟାନ ତଥା ବରିଷ୍ଠ ବିଜେଡି ନେତା ଗିରିଜା ଶଙ୍କରଙ୍କ ସହିତ ଇଣ୍ଟର୍ଭ୍ୟୁ ଟାଇମ୍ସ ଓଡିଆର ସ୍ଵତନ୍ତ୍ର ସାକ୍ଷାତକାର….

ପ୍ରଶ୍ନ: ଚମ୍ପୁଆବାସୀ ତ ଆପଣଙ୍କୁ ଭଲପାଆନ୍ତି, ହେଲେ ଆପଣ ଚମ୍ପୁଆକୁ କେତେ ଭଲପାଆନ୍ତି ?
ଉତ୍ତର- ଚମ୍ପୁଆ ହେଉଛି ମୋ ମାଟି, ମୋ ମାଆ। ଲୋକମାନେ ମୋତେ ଭଲପାଇବା ଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦରୁ ମୁଁ ବିଜୟୀ ହୋଇଛି । ଚମ୍ପୁଆ ପାଇଁ ମୋ ଜୀବନ ସମର୍ପିତ।

ପ୍ରଶ୍ନ: ଆପଣ ରାଜନୀତିକୁ ଆସିବା ପଛରେ କଣ ଉଦ୍ଦେଶ୍ୟ ?

ଉତ୍ତର- ମୋ ବାପା, ଜେଜେ ବାପା ରାଜନୀତି ସହିତ ସଂପୃକ୍ତ ଥିଲେ। ବିଜୁ ବାବୁଙ୍କ ସହିତ ମଧ୍ୟ ସମ୍ପର୍କରେ ଆସିଥିଲେ। ମୁଁ ପିଲାଟି ବେଳରୁ ରାଜନୀତି କରିବାକୁ ଆଗ୍ରହୀ ନଥିଲି। ହେଲେ ଲୋକ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭଲପାଇବା ମୋତେ ରାଜନୀତିକୁ ଆଣିଛି ।‌ ଲୋକଙ୍କ ସେବା ଛଡା ଆଉ କିଛି ଉଦ୍ଦେଶ୍ୟ ନାହିଁ।

ପ୍ରଶ୍ନ: ଚମ୍ପୁଆ ପାଇଁ ଆପଣଙ୍କ ସ୍ୱପ୍ନ କଣ ?

ଉତ୍ତର- ଚମ୍ପୁଆବାସୀ କିଭଳି ଉନ୍ନତମାନର ଜୀବନଧାରଣ କରିବେ ତାହା ମୋର ସ୍ବପ୍ନ। ଲୋକଙ୍କ ପାଖରେ ସବୁ ସୁବିଧା ପହଞ୍ଚାଇବାକୁ ମୁଁ କାମ କରୁଛି।

ପ୍ରଶ୍ନ: ଚମ୍ପୁଆବାସୀଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚୁଛି କି ?

ଉତ୍ତର: ଲୋକଙ୍କ ଘରେ ଘରେ ପିଇବା ପାଣି ପହଞ୍ଚୁଛି, ବସ୍ତି ମୁକ୍ତ ସହର ଗଠନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସବୁ ସ୍ଥାନକୁ ରାସ୍ତା, ସେତୁ ପହଞ୍ଚିଛି । ସମସ୍ତଙ୍କ ସହିତ ସମନ୍ବୟ ରଖି ବିକାଶ କାମ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରତିଟି କ୍ଷେତ୍ରରେ ଚମ୍ପୁଆ ବିକାଶ କରିଛି ।

ପ୍ରଶ୍ନ: ଅନ୍ୟ ଏନଏସି ଅପେକ୍ଷା ଆଜି ବି ଚମ୍ପୁଆ ବିକାଶଠୁ ଅନେକ ପଛରେ ରହିଛି, ଏହାର କାରଣ କଣ ?

ଉତ୍ତର- ପୂର୍ବରୁ ଚମ୍ପୁଆ ଏକ ଛୋଟ ପଞ୍ଚାୟତ ଥିଲା। ଏବେ ଯେଭଳି ବିକାଶ କାମକୁ ଗୁରୁତ୍ବ ଦିଆଯାଉଛି ସେତେବେଳେ ଦିଆଯାଉନଥିଲା । ଏଣୁ କେତେକ କ୍ଷେତ୍ରରେ କାମ ପଛେଇଥିଲା। ବର୍ତ୍ତମାନ ବିଜେଡି ସରକାରରେ ସବୁ ସମସ୍ୟାର ସମାଧାନ କରାଯାଉଛି।

ପ୍ରଶ୍ନ: ଚମ୍ପୁଆରେ ଅଧିକାଂଶ ଆଦିବାସୀ ଶ୍ରେଣୀର ଲୋକ ବସବାସ କରୁଛନ୍ତି, ସେମାନଙ୍କର‌ ବିକାଶ ପାଇଁ କେମିତି ଧ୍ୟାନ ଦେଉଛନ୍ତି ?

ଉତ୍ତର- ଆଦିବାସୀଙ୍କ ବିକାଶ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀବହୁଳ ଓ୍ବାର୍ଡରେ ଅଧିକାଂଶ ଅର୍ଥ ବିନିଯୋଗ କରାଯାଉଛି। ସେମାନଙ୍କର ପ୍ରତିଟି ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରାଯାଉଛି। ସେମାନଙ୍କ ପାଖକୁ ଯାଇ ନିଜେ ଲୋକଙ୍କ ଦୁଃଖସୁଖ ବୁଝୁଛି।

ପ୍ରଶ୍ନ: ଚମ୍ପୁଆରେ ଏବେ ବିଜେଡିର ସ୍ଥିତି କଣ ?

ଉତ୍ତର- ଚମ୍ପୁଆ ସବୁବେଳେ ବିଜେଡିର ଗଡ ଥିଲା ଏବେ ବି ରହିଛି।‌ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଏ ଅଞ୍ଚଳର ଲୋକପ୍ରିୟ ନେତା। ସେ ମଧ୍ୟ ଏବେ ବିଜେଡିକୁ ସମର୍ଥନ କରୁଛନ୍ତି। ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଚମ୍ପୁଆ ତରଫରୁ ସବୁବେଳେ ବିଜେଡି ପ୍ରତି ଅଧିକ ସମର୍ଥନ ଯାଇଛି। ଆଗକୁ ମଧ୍ୟ ଚମ୍ପୁଆବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ସହିତ ରହିବେ।

ପ୍ରଶ୍ନ: ଚମ୍ପୁଆବାସୀ ଆପଣଙ୍କୁ ଭରସା କରିକି ଭୋଟ ଦେଇଛନ୍ତି, ଗିରିଜା ବାବୁ ଗିରି ଗୋବର୍ଦ୍ଧନ ହେବେ ନା ନିରାଶ କରିବେ ?

ଉତ୍ତର: ମୁଁ ଜଣେ କ୍ୟାନସର ରୋଗୀ। ଜୀବନକୁ ବି ମୋର ଆଉ ଲୋଭ ନାହିଁ। ଲୋକଙ୍କ ଭଲପାଇବା ମୋ ପାଇଁ ସବୁକିଛି। ଲୋକମାନେ ଭରସା କରିକି ମୋତେ ଭୋଟ ଦେଇଛନ୍ତି। ସେମାନଙ୍କ ବିଶ୍ବାସ ରଖିବା ମୋର ପ୍ରଥମ କର୍ତ୍ତବ୍ୟ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଭରସାରେ ମୋତେ ଟିକେଟ ଦେଇଥିଲେ ସେହି ଭରସାକୁ ପୂରଣ କରି ଆଗକୁ ଯାଉଛି।‌ ଲୋକଙ୍କ ସେବା ପାଇଁ ଆସିଛି ଆଉ ସେବା ହିଁ କରୁଛି ।

ପ୍ରଶ୍ନ: ଗିରିଜା ବାବୁ ବିଧାୟକ ହେବାକୁ ଇଚ୍ଛା ରଖିଛନ୍ତି କି ?

ଉତ୍ତର- ଜନତା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଲପାଇବା ପାଇଁ ମୁଁ ଆଜି ଚେୟାୟମ୍ୟାନ ହୋଇଛି। ୨୦୦୭ ମସିହାରେ ଜିଲ୍ଲାପରିଷଦ ଏବଂ ୨୦୧୬ମସିହାରେ କାଉନସିଲର ହୋଇଥିଲି। ଆଗକୁ ବିଧାୟକ ହେବାକୁ ଆଶା ନାହିଁ। ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଭରସା କରନ୍ତି ତେବେ ପଛଘୁଞ୍ଚା ମଧ୍ୟ ଦେବିନି।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!